Odisha news

୧୯୮୮ ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଭଞ୍ଜନଗର,୦୯/୦୫ (ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଭଞ୍ଜନଗର ରେ ୧୯୮୮ ମାଟ୍ରିକ ବ୍ୟାଚ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ ହେଇଯାଇଛି।୮୮ ବ୍ୟାଚର ସମସ୍ତ ସଦସ୍ୟ ସେମାନଙ୍କ ପରିବାର ଓ ପିଲା ଛୁଆ ଙ୍କୁ ନେଇ ବୁଧବାର ଦିନ ସକାଳୁ ପ୍ରଥମେ ଭଞ୍ଜନଗର ଫୁଲବାଣୀ ରାସ୍ତାରେ ଥିବା ମାଆ ସୋରଦେବୀ ମନ୍ଦିର ଦର୍ଶନ କରିଲା ପରେ ଡହ ଜଳସେଚନ ବୁଲିଵା ପାଇଁ ଯାଇଥିଲେ।ପରେ ସନ୍ଧ୍ୟା ସମୟରେ ବେଲେଶ୍ୱର ମନ୍ଦିର ଦର୍ଶନ କରିଲା ପରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ବୁଲିବା ପାଇଁ ଯାଇଥିଲେ। ସେଠାରେ ପିଲା ମାନଙ୍କ ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଲା ପରେ ରାତିରେ ଏକ ନୈଶ୍ୟ ଭୋଜନ ଅନୁଷ୍ଠିତ ହୋଇଥିଲା । ବେଲଗୁଣ୍ଠା ସହର ମଧ୍ୟରେ ଥିବା ଏକ ଶୀତ ତାପ ନିୟନ୍ତ୍ରିତ ହୋଟେଲ ରେଡ ହଟ ରେ। ଏହି କାର୍ଯ୍ୟକ୍ରମ ରେ ୧୯୮୮ ବ୍ୟାଚର ଜେ. ନନ୍ଦିବାବୁ, ଜେ. ସୁଜାତା, ନୀତିଶ, କେ. ଦିଲୀପ କୁମାର ( ତିରୁ ) କେ. ସୁଜାତା, ରୁଚିକା, ଏ. ନିତାଇ ଚରଣ ସେନାପତି, ଏ. ରାଧାରାଣୀ, ଏ. ଅଙ୍ଗଦା, ଅନନ୍ତ ଅପ୍ରାକୃତ, ତ୍ରିଲୋଚନ ବେହେରା ( ତିଲ ),ଶାନ୍ତିଲତା ବେହେରା, ହୃଷିକେଶ ବେହେରା, ସୋମେଶ ବେହେରା, କେ. ଈଶ୍ବର ରାଓ ସୁବୁଦ୍ଧି, କ୍ରିଷ୍ଣାରାଣୀ ଗୁପ୍ତା, କେ. ମୋକହିତ, ନୀତିଶ ତ୍ରିପାଠୀ, ଲାଲୀ ତ୍ରିପାଠୀ, ନିଶିକା ତ୍ରିପାଠୀ, ରିଷି ତ୍ରିପାଠୀ, ମାନସ ରଞ୍ଜନ ରାଉଳ, ଦୀପିକା ମଞ୍ଜରୀ ରାଉଳ, ବିଭୁ ସୁନ୍ଦର ରାଉଳ, ସାଇ ପ୍ରିୟା ରାଉଳ, ପ୍ରିୟ ଦର୍ଶନୀ ରାଉଳ, ସୁପ୍ତସୀ ରାଉଳ ଅମରେନ୍ଦ୍ର କୁମାର ପଟ୍ଟନାୟକ ( ବାବି ), ଅଳକା କୁମାରୀ ମାହାନ୍ତି, ସ୍ୱରୂପ ପଣ୍ଡା, ଗୀତାରାଣୀ ପଣ୍ଡା, ଶୁଭ ସୌରବ ପଣ୍ଡା, ଲିଙ୍ଗରାଜ ସାହୁ ( ଲିଙ୍ଗା )ରିତା ରାଣୀ ସାହୁ, ସ୍ୱସ୍ତିକା ସାହୁ, ପ୍ରିୟଙ୍କା ସାହୁ ଓ ଜଗଦିଶ ପାଣିଗ୍ରାହୀ( ଜଗୁ )ପ୍ରମୁଖ ଉପସ୍ଥିତ ଥିଲେ।ଓଡିଶା ସଂଗୀତ ନାଟକ ଏକାଡେମୀ ର ଗଞ୍ଜାମ ଜିଲ୍ଲା ତରଫରୁ ୧୯୮୮ ମେଟ୍ରିକ ବ୍ୟାଚ ସଭ୍ୟ ଜଗଦିଶ ପାଣିଗ୍ରାହୀ ସାଧାରଣ ସଭ୍ୟ ଭାବେ ବିବେଚନ ହୋଇ ଥିବାରୁ ୧୯୮୮ ପୂର୍ବତନ ଛାତ୍ର ସଂସଦ ର ସଭ୍ୟ ମାନେ ଗତକାଲି ରାତ୍ରିର ନୈଶ୍ୟ ଭୋଜନ ସମୟରେ ସମ୍ବର୍ଦ୍ଧିତ କରିଲେ।

Ad2
Leave A Reply