Odisha news

ଓଡ଼ିଶା ସ୍ୱତନ୍ତ୍ର ନବଜାତ ଶିଶୁ ବିଭାଗ ରେ ସମ୍ମାନିତ ହେଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ।

0

ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ୨୪/୦୧ ସ୍ୱତନ୍ତ୍ର ନବଜାତ ଶିଶୁ ବିଭାଗ ରେ ସମ୍ମାନିତ ହୋଇଛିଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ।ଭୁବନେଶ୍ୱର ଠାରେ ଆଯୋଜିତ ହୋଇଥିବା ଓଡିଶା ନେସନ ରେ ସମଗ୍ର ରାଜ୍ୟରେ ତିନୋଟି ସ୍ଥାନ ଉମରକୋଟ, ଖୋର୍ଦ୍ଧା ଓ ଭଞ୍ଜନଗର ଚିକିତ୍ସାଳୟ ସମ୍ମାନପତ୍ର ମିଳିଥିଲା ।ତେବେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱତନ୍ତ୍ର ନବଜାତ ଶିଶୁ ବିଭାଗରେ ଚାରିଟି ଡାକ୍ତର ପାଇଁ ସ୍ଥାନ ରହିଥିବା ବେଳେ ଏଠାରେ କେହି ଜଣେ ବି ନିୟୋଜିତ ନଥିବା ସୂଚନା ଦେଇଛନ୍ତି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ସୀତାଂଶୁ ଶେଖର ଶତପଥୀ ତଥାପି ଉପଖଣ୍ଡ ଚିକିତ୍ସାଳୟର ଡ଼ାକ୍ତର ମାନେ ହି ସେଇ ବିଭାଗ ର ଦାୟିତ୍ଵ ଗ୍ରହଣ କରିବା ସହ ସମସ୍ତ କାର୍ଯ୍ୟ କରନ୍ତି।ତେଣୁ ସେ ବିଭାଗ ରେ କୌଣସି ଡ଼ାକ୍ତର ନଥାଇ ମଧ୍ୟ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ସମ୍ମାନପତ୍ର ପାଇଁଛି ଏହା ଠାରୁ ଖୁସି ର ବିଷୟ ଆଉ କଣ ବୋଲି କହିବା ସହ ସମସ୍ତ କର୍ମଚାରୀ, ସମସ୍ତ ସମାଜସେବୀ, ଓ ସ୍ଥାନୀୟ ଅଞ୍ଚଳବାସୀ ଙ୍କୁ ଧନ୍ୟବାଦ୍ ଦେଇଛନ୍ତି ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ସୀତାଂଶୁ ଶେଖର ଶତପଥୀ.

Leave A Reply