Odisha news

ଭଞ୍ଜନଗର ଏନଏସି ଜାତୀୟ ସ୍ତରରେ ପଞ୍ଚମ ଓ ଓଡିଶାରେଷ୍ଟ ୧ନଂ ଘୋଷିତ

0

ଭଞ୍ଜନଗର,୧୨/୦୧(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ଅଭିଯାନରେ ଓଡିଶାରୁ ୧୬ ଟି ସହରାଞ୍ଚଳ ଚୟନ ହୋଇଥିବା ବେଳେ ସେଥି ମଧ୍ୟରେ ଭଞ୍ଜନଗର ଏନଏସି ଉଲେଖନୀୟ ଅବଦାନ ପାଇଁ ଜାତୀୟ ସ୍ତରରେ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା, ଆବର୍ଜନା ମୁକ୍ତା ସହର ଭାବେ ଭଞ୍ଜନଗର ଏନଏସି ଜାତୀୟ ସ୍ତରରେ ଚୟନ ହେବା ପରେ ରାଷ୍ଟ୍ରପତିଙ୍କ ନିକଟରୁ ଆଜି ନୁଆଁଦିଲ୍ଲୀ ସ୍ଥିତ ଭାରତ ମଣ୍ଡପରେ ପୁରସ୍କାର ବିତରଣ ଉତ୍ସବରେ ଭଞ୍ଜନଗର ଏନଏସି ନଗରପାଳ ଗୋପବନ୍ଧୁ ମହାପାତ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଓ ପରିମଳ ବିଭାଗ ଅଧିକାରୀ ଝଲକ କୁମାର ଦାସ ଯୋଗ ଦେଇଥିଲେ, ଏ ଅବସରରେ ୧୫ ହଜାରରୁ ୨୫ ହଜାର ଲୋକ ବସବାସ କରୁଥିବା ବିଜ୍ଞ୍ୟାପିତ ଅଂଚଳ ପରିଷଦ ମଧ୍ୟରେ ସର୍ବ ଭାରତୀୟ ସ୍ତରରେ ସ୍ୱଛତା ଦୃଷ୍ଟିରୁ ଭଞ୍ଜନଗର ଏନଏସି ୬୭୭୬ ୦୦ ପଏଣ୍ଟ ପାଇ ୫ମ ସ୍ଥାନରେ ଥିବା ବେଳେ ଓଡିଶାର ଏହା ୧ନଂ ଥିବା ଘୋଷଣା କରାଯାଇଛି, ଭୁବନେଶ୍ୱର ଠାରେ ଏସମସ୍ତ ଏନଏସିକୁ ଆଗାମୀ ଦିନରେ ପୁରସ୍କୃତ କରାଯିବ ବୋଲି ଜଣାପଡିଛି, ଭଞ୍ଜନଗର ଏନଏସିର ସଫଳତା ପାଇଁ ନଗରପାଳ ଗୋପବନ୍ଧୁ ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଏନଏସିର ସମସ୍ତ କର୍ମଚାରୀ ଓ ଭଞ୍ଜନଗର ସହରର ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞ୍ୟାପନ କରିଛନ୍ତି.

Leave A Reply