Odisha news

ବଡକୋଦଣ୍ଡା ଉଚ୍ଚ ବିଦ୍ୟାଳୟ ଚତୁର୍ଥ ପ୍ରଧାନଶିକ୍ଷକ ସମ୍ମିଳନୀ

0

ଭଞ୍ଜନଗର( ଅମରେନ୍ଦ୍ର କୁମାର ପଟ୍ଟନାୟକ ) ୧୦/୦୧ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବଡକୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡ କୋଦଣ୍ଡା ଠାରେ ଚତୁର୍ଥ ମାସିକ ମାଧ୍ୟମିକ ପ୍ରଧାନଶିକ୍ଷକ ବୈଠକ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ.ଧନଞ୍ଜୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଡ଼ି. ବି. ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସ୍ୱରାଜ କହଁର, ଜବାହର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ ଜେନା, ବାହାଡାପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଂଚାସୀନ ହୋଇ ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ କହିଥିଲେ l ଜିଲୁଣ୍ଡି ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଟିକିନି ବିଷୋୟୀ ସ୍ୱାଗତ ସଂଗୀତ ପରିବେଷଣ କରିଥିବାବେଳେ ୟୁ. ବି
ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଉମାକାନ୍ତ ନାହାକ ଗତ ବୈଠକର ବିବରଣୀ ପାଠ କରିଥିଲେ l ସାଧନ ଶିକ୍ଷକ ଭାବେ ସିଦ୍ଧାର୍ଥ ସ୍ୱାଇଁ, ଆଦିତ୍ୟ ପ୍ରସାଦ ତ୍ରିପାଠୀ ଓ ଶ୍ୟାମ ପ୍ରସାଦ ମିଶ୍ର ବିଶ୍ୱ ଓଡ଼ିଆ ସମ୍ମିଳନୀ ଉତ୍ସବ ପାଳନ, ହାଉସ ସିଷ୍ଟମ ର କାର୍ଯ୍ୟକାରିତା, ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି, ଏସ.ଆଇ.ଓ.ଏସ ନାମଲେଖା, ଉତ୍କର୍ଷ, ଡିଜିଟାଲ ପାଠାଗାର, ଇ -କଣ୍ଟେଣ୍ଟ, ବଜ୍ରପାତ ପ୍ରତିରୋଧ ଯନ୍ତ୍ର ଉପରେ ବିଶ ଦଭାବେ କହିଥିଲେ l ଏହାସହ ସାହିତ୍ୟ ସୃଜନୀ, କୌଶଳୀ, କ୍ରୀଡ଼ାଙ୍ଗନା, ଜିଜ୍ଞାସା ଉପରେ ଆଲୋକପlତ କରିଥିଲେ l ପରେ ପରେ ସମସ୍ତ ପ୍ରଧାନଶିକ୍ଷକ ସ୍ମାର୍ଟ କ୍ଲାସ, ଲାଇବ୍ରେରୀ, ଲାବୋରଟାରୀ, ଟାଇଲେଟ, ଖେଳପଡିଆ ପ୍ରଭୁତି ବୁଲି ଦେଖି ପ୍ରଶଂସା କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିବାବେଳେ ପଢାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିଲ୍ଲୀପ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ l ଆସନ୍ତା ମାସର ବୈଠକ କବି ସମ୍ରାଟ ବିଦ୍ୟାପୀଠ, କୁଲାଡ଼ ଠାରେ ହେବାପାଇଁ ସର୍ବସଂମତିକ୍ରମେ ସ୍ଥିର କରାଯାଇଛି l ଏଥିରେ 27 ଟି ବିଦ୍ୟାଳୟ ର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇଥିଲେ l

Leave A Reply