Odisha news

ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ରଥ ପୂରୀ

0

ଭଞ୍ଜନଗର,୦୯/୦୧(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ) : ବେଲଲୁଗୁଣ୍ଠା ବ୍ଲକ ଧୂମୁଛାଇ ପଞ୍ଚାୟତର ସମସ୍ତ ଗ୍ରାମକୁ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ରଥ,ପରିକ୍ରମା କରିସାରିଛି l ଏଥିନିମିତ୍ତ ଆୟୋଜିତ ଉତ୍ସବରେ ବେଲୁଗୁଣ୍ଠା ବ୍ଲକ ଉନ୍ନୟନ ଅଧିକରୀ ଭାରତୀଦେବୀ, ସରପଞ୍ଚ ଶ୍ରୀମତୀ ରଶ୍ମିତା ସ୍ୱାଇଁ, ପ୍ରାକ୍ତନ କଲେଜ ଅଧକ୍ଷ୍ୟ ପ୍ରଫେସର କୃତ୍ତିବାସ ବିଶ୍ୱାଳ, ବିଶିଷ୍ଟ ଶିକ୍ଷବିତ ବିପ୍ରଚରଣ ରାଉତ, ଚୁଡାଙ୍ଗାସ୍ୱାଇଁ, ସଚିନ୍ଦ୍ର ଲେଙ୍କା, ପଞ୍ଚୁରାଜ ଲେଙ୍କା, ଭଜମନ ପ୍ରଧାନ, ଗୋପାଳ ରାଉତ, ଗୌରାଚରଣ ସ୍ୱାଇଁ, କୃଷ୍ଣ ରାଉତ, ଦଣ୍ଡପାଣିସ୍ୱାଇଁ, ଜୟଡାକୁଆ, ସତ୍ୟବାନ ଡାକୁଆ, ଦିଲୀପ ବିଶ୍ୱାଳ, ଓ ଗ୍ରାମର ଶତାଧିକ ମହିଳା ପରମ୍ପରିକ. ରୀତିରେ ହୁଳହୁଳି ଓ ବନ୍ଦାପନା କରି ରଥକୁ ସ୍ୱାଗତ କରିଥିଲେ l ଗ୍ରାମର ସଂକୀର୍ତନ ମଣ୍ଡଳୀ ହରିନାମ କୀର୍ତନ ସହ ଶଙ୍ଖାଧ୍ଵନିରେ ସମଗ୍ର ଗ୍ରାମକୁ ପ୍ରକମ୍ପିତ କରିଥଲେ l ସେହିସମୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଜୟଜଗନ୍ନାଥ ଧ୍ୱନିରେ ସାରା ଗ୍ରାମ ପ୍ରକମ୍ପିତ ହୋଇଥିଲା l

IEC 2 years
Leave A Reply