ଭଞ୍ଜନଗର : ଏକ ୩ମାସର କୁଟୁରା ଛୁଆକୁ ଉଦ୍ଧାର କରିଛି ବନ ବିଭାଗ । ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ କେନ୍ଦ୍ରୀୟ ବନାଞ୍ଚଳର ଗାଙ୍ଗପୁର ସେକସନ୍ର ବି‚ଣା ଗ୍ରାମରେ ଶନିବାର ଅପରାହ୍ନରେ ଗୋଟିଏ ୩ମାସର କୁଟୁରା ଛୁଆ କୁକୁର ଗୋଡାଇବା କାରଣରୁ ଭୟ ପାଇ ବି‚ଣା ଗ୍ରାମ ଭିିତରେ ପଶି ଯାଇଥିଲା । ଆଉ କୁଟୁରା ଛୁଆଟିଏ ଗାଆଁ ଦାଣ୍ଡରେ ଦୌଡୁଥିବାଦେଖି ଗ୍ରାମର ମାର୍କଣ୍ଡ ନାୟକ ନାମକ ଜଣେ ବ୍ୟକ୍ତି ତାକୁ ଧରି ନେଇଥିଲେ । ପରେ ଏସମ୍ପର୍କରେ ବନ ବିଭାଗକୁ ସୂଚୀତ କରାଯିବାପରେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା ଗାଙ୍ଗପୁର ବନପାଳଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ନିଦେ୍ର୍ଦଶ ଦେଇଥିଲେ ।
ଆଉ ନିଦେ୍ର୍ଦଶ ମୁତାବକ ବନପାଳ ଜି. ଭେଙ୍କଟ ରାଓ ଦୋରା, ବନ କର୍ମଚାରୀ ଶିବରାମ ବିଶୋୟୀ, ବିଜୟ କୁମାର ଗୌଡ, ସାରଙ୍ଗ ଦିହୁଡି ଆଦିଙ୍କୁ ଧରି ସମ୍ପୃକ୍ତ ଗ୍ରାମରେ ପହଞ୍ଚି କୁଟୁରା ଛୁଆଟିକୁ ଉଦ୍ଧାର କରିଥିଲେ । ପରେ କୁଟୁରା ଛୁଆଟିକୁ ଭଞ୍ଜନଗର କେନ୍ଦ୍ରୀୟ ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରୁ ବନ କର୍ମଚାରୀମାନେ ସ୍ଥାନୀୟ ପଶୁ ଚିକିତ୍ସାଳୟକୁ କୁଟୁରା ଛୁଆଟିକୁ ନେଇ ତାର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଭିଏସ ନିଶିକାନ୍ତ ବଳ କୁଟୁରାର ସ୍ୱାସ୍ଥ୍ୟ ଠିକ୍ ରହିଥିବା ସୂଚନା ଦେବାପରେ ସନ୍ଧ୍ୟାରେ ଉକ୍ତ କୁଟୁରା ଛୁଆଟିକୁ ବନ ବିଭାଗର ଶାଳୁଆପଲ୍ଲୀ ଇକୋ ଟ୍ୟୁରିଜିମ୍ ସେଣ୍ଟରରେ ଛାଡିବା ବ୍ୟବସ୍ଥା କରାଯାଇଥିବା ବନପାଳ ଭେଙ୍କଟ ରାଓ ଦୋରା ସୂଚୀତ କରିଛନ୍ତି ।