Odisha news

ଭଞ୍ଜନଗର : ଭିଜିଲାନ୍ସ ହାତରେ ଲାଞ୍ଚୁଆ ଏସଆଇ ୩ହଜାର ଲାଞ୍ଚ ନେଲାବେଳେ ଧରାପଡିଲେ

0

ଭଞ୍ଜନଗର : ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜଣେ ଲାଞ୍ଚୁଆ ପୁଲିସ ଏସଆଇ । ୩ହଜାର ଟଙ୍କା ଲାଞ୍ଚନେଲା ବେଳେ ସାର୍ ଧରାପଡିଛନ୍ତି । ଏଭଳି କାରନାମା ଦେଖାଇଛନ୍ତି ଜଗନ୍ନାଥପ୍ରସାଦ ଥାନାର ଜଣେ ସବଇନସିପେକ୍ଟର । ଉକ୍ତ କରିତକର୍ମା ଥାନା ଏସଆଇ ବାବୁଜଣକ ନିକଟରେ ପୁଲିସରେ ଜଏନ୍ କରି ଏବେ ପ୍ରୋବେସନ୍ରେ କାମ କରୁଛନ୍ତି ।

ଆଉ ଏହି ସମୟରୁ ହିଁ ବାବୁ ତାଙ୍କର ହାତ ଚିକଣ କରିବା ପ୍ରାକ୍ଟିସ୍ ଆରମ୍ଭ କରିଦେଇଛନ୍ତି । କଥା କଥାକେ ଲାଞ୍ଚ ନହେଲେ ବାବୁଙ୍କ କଲମ ବୋଲ ମାନୁନି । ଆଉ ଖାସ୍ ଏଭଳି ଏକ  କାରନାମା ପାଇଁ ଶେଷରେ ଧରାପଡିଛନ୍ତି ଏହି ଲାଞ୍ଚୁଆ ବାବୁଜଣକ । ଏକ ଗଣ୍ଡଗୋଳ ମାମଲାର ରଫାଦଫା କରିବାକୁ ସେ ୩ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ରେଡହେଣ୍ଡଡ୍ ଧରାପଡି ଗିରଫ ହୋଇଛନ୍ତି ।

ଏଭଳି ଘଟଣା ଏବେ ପୁଣିଥରେ ଖାକିରେ ଲଗାଇଛି କଳାଦାଗ । ମିଳିଥିବା ସୂଚନା ପ୍ରକାରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜଗନ୍ନାଥପାଟଣା ଅଞ୍ଚଳର ରାଜା ସେନାପତିଙ୍କ ଠାରୁ ଏକ ମାମଲାର ରଫାଦଫା କରିବାକୁ ଏସଆଇ ସିଦ୍ଧାର୍ଥ କୁମାର ଗୌଡ ୩ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଘରଭଡା ବିବାଦର ସାମାଧାନ ପାଇଁ ୩ହଜାର ଟଙ୍କା ଲାଞ୍ଚ ଦେବାକୁ ଏସଆଇ ଗୌଡ ବାରମ୍ବାର ରାଜା ସେନାପତିଙ୍କୁ ଥାନାକୁ ଦୌଡାଇବାରୁ ଶେଷରେ ରାଜା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଗୁରୁବାର ବ୍ରହ୍ମପୁରର ଭିଜିଲାନ୍ସ ଟିମ୍ ଜଗନ୍ନାଥପ୍ରସାଦ ଥାନା ଇଲାକାରେ ଛକି ରହିବାସହ ରାଜାକୁ ରାସାୟନିକ ପ୍ରଲେପ ବୋଳା ଯାଇଥିବା ଟଙ୍କା ଦେଇ ଥାନାକୁ ପଠାଇଥିଲେ ।

ଆଉ ରାଜା ସେନାପତି ଥାନାରେ ପହଞ୍ଚି ଏସଆଇ ସିଦ୍ଧାର୍ଥ ଗୌଡଙ୍କୁ ଲାଞ୍ଚ ଟଙ୍କା ଦେଇଥିଲେ । ସେ ଟଙ୍କା ଧରିବାପରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଏସଆଇ ଗୌଡଙ୍କୁ କାବୁ କରିନେଇଥିଲେ । ପରେ ତାଙ୍କ ଠାରୁ ରେଡ ହେଣ୍ଡେଡ୍ ୩ହଜାର ଟଙ୍କା ଜବତ କରିଥିଲେ । ଏସମ୍ପର୍କରେ ବ୍ରହ୍ମପୁର ଭିଜିଲାନ୍ସ ଥାନା କେଶ ନମ୍ବର- ୮/୨୦ ପ୍ରକାରେ ଏକ ମାମଲା ରୁଜୁ କରାଯିବାସହ ଏଠାରୁ ଏସଆଇ ଗୌଡଙ୍କୁ ଭିଜିଲାନ୍ସ ଟିମ୍ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟକୁ ନେଇଯାଇଥିବା ଜଣାପଡିଛି ।  ଏଭଳି ଘଟଣା ସାରା ଜଗନ୍ନାଥପ୍ରସାଦ ଇଲାକାରେ ଚହଳ ପକାଇ ଦେଇଛି ।

 

Leave A Reply