Odisha news

ଲୋକ କଳା ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ

0

ଭଞ୍ଜନଗର,୩/୧୦(ଆପ୍ର) ଏହି ବ୍ଲକର ମୋଟ ୨୨ଟି ପଞ୍ଚାୟତରେ ସ୍ଥାନୀୟ କଳା ଓ ସାଂସ୍କୃତିକ ସଂଘ ପକ୍ଷରୁ ବିଭିନ୍ନ ଲୋକକଳା ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଏଥିରେ ବ୍ଲକର ମୋଟ ୧୧ଟି କଳାକାର ସଂଘ ଅଂଶଗ୍ରହଣ କରିଥିଲେ । ପ୍ରତି କଳାକାର ସଂଘ ୨ଟି ଲେଖାଏଁ ପଞ୍ଚାୟତରେ ଏଭଳି କାର୍ଯ୍ୟକ୍ରମ କରିଥିବାବେଳେ ଲୋକକଳା ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ ଲୋକଙ୍କୁ ବେଶ ଛୁଇଁପାରିଥିବା ଦେଖିବାକୁ ମିଳିଛି ।

ଏଥିରେ ୪ଟି କଣ୍ଡେଇ ନାଚ ଦଳ ଅଂଶଗ୍ରହଣ କରିଥିବାବେଳେ ୪ଟି ପଶୁମୁଖା ନୃତ୍ୟଦଳ, ୨ଟି ଭାରତଲୀଳା ଓ ଗୋଟିଏ ପ୍ରହଲ୍ଲାଦ ନାଟକ ଦଳ ଅଂଶଗ୍ରହଣ କରିଥିବା ନେଇ ଭଞ୍ଜନଗର ଗୋଷ୍ଟୀ ସାମାଜିକ ସୁରକ୍ଷା ଅଧିକାରିଣୀ ମମିତା ପ୍ରଧାନଙ୍କ ସୁତ୍ରରୁ ଜଣାପଡିଛି । କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ କଳା ଓ ସାଂସ୍କୃତିକ ସଂଘର ସଭାପତି ଜଗଦ୍ଦୀଶ ପାଣିଗ୍ରାହୀ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Nalco
Leave A Reply