ଭଞ୍ଜନଗର : ବିଦ୍ୟୁତ୍ ଧକ୍କାରେ ଲାଇନ୍ ମ୍ୟାନ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଭଞ୍ଜନଗର ସାଉଥକୋ ଡିଭିଜନର ତିଳିସିଙ୍ଗି ସେକସନ୍ ଅନ୍ତର୍ଗତ ବାରୁଡା ପଞ୍ଚାୟତର ପଙ୍କାଳ ଗ୍ରାମରେ ଘଟିଛି । ବାରୁଡାର ଲାଇନ୍ ମ୍ୟାନ୍ ପଞ୍ଚାନନ ରାୟଗୁରୁ ପଙ୍କାଳ ଠାରେ ପୋଲରେ ଚଢି ଲାଇନ୍ କାମ କରୁଥିବାବେଳେ ହଠାତ୍ ଏଥିରେ ବିଦ୍ୟୁତ୍ ସଞ୍ଚାର ହୋଇ ଯାଇଥିଲା । ଫଳରେ ସେ ପୋଲ ଉପରୁ ତଳକୁ ଖସି ପଡିଥିଲେ । ବିଦ୍ୟୁତ୍ ଧକ୍କାରେ ତାଙ୍କ ଶରୀରରେ ଭୀଷଣ ଆଘାତ ଲାଗିଛି ।
ଗୁରୁତର ଅବସ୍ଥାରେ ଲାଇନ୍ ମ୍ୟାନଙ୍କୁ ସେଠାରୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡିକାଲକୁ ଅଣାଯାଇଥିଲା । ଅନ୍ୟପକ୍ଷରେ ଏଭଳି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ସାଉଥକୋ ନିର୍ବାହୀଯନ୍ତ୍ରୀ ଜଗତଜିତ୍ ଦାଶ ମହାପାତ୍ର ଅନ୍ୟ ଷ୍ଟାପମାନଙ୍କ ସହ ମେଡିକାଲରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଚିକିତ୍ସା ଖର୍ଚ୍ଚ ତୁଲାଇଥିଲେ । ପରେ ଏଠାରେ ପ୍ରାଥମିକ ଚିକିତ୍ସାପରେ ପଞ୍ଚାନନଙ୍କ ଅବସ୍ଥାରେ ସୁଧାର ନଆସିବା କାରଣରୁ ତାଙ୍କୁ ଏଠାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି । ସେ ପୋଲରେ ଚଢି କାମ କରୁଥିବାବେଳେ ବୋଧେ ଗ୍ରାମର କୌଣସି ବ୍ୟକ୍ତି ଲାଇନ୍ ଚାର୍ଯ୍ୟ କରିଦେଇଥାଇପାରନ୍ତି ବୋଲି ସନେ୍ଦହ କରାଯାଉଛି । ତେବେ ଏସମ୍ପର୍କରେ ଅଧିକ ତଦନ୍ତ ପରେ ସବିଶେଷ ତଥ୍ୟ ଜଣାପଡିବବୋଲି ନିର୍ବାହୀ ଯନ୍ତ୍ରୀ ଦାଶ ମହାପାତ୍ର ସୂଚନା ଦେଇଛନ୍ତି ।