Odisha news

ନୂତନ ଅର୍ଥମନ୍ତ୍ରୀ ବିକ୍ରମ ଅରୁଖଙ୍କ ନାଗରିକ ସମ୍ବର୍ଦ୍ଧନା : ଭଞ୍ଜନଗର-ନୟାଗଡ ରାସ୍ତାର ପ୍ରଶସ୍ତିକରଣ ପାଇଁ ୪୫ କୋଟି ଟଙ୍କା

0

ଭଞ୍ଜନଗର  ୩୧ /୦୫  :  ଭଞ୍ଜନଗର ନିର୍ବାଚନ ମଣ୍ଡଳୀକୁ  ଦିନିକିଆ ଗସ୍ତରେ ଆସିଛନ୍ତି ନୂତନ ଅର୍ଥ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ |  ସ୍ଥାନୀୟ ଜେଲ ପଡିଆ ଠାରେ ଅପରାହ୍ନ ୫  ଟା ସମୟରେ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏଥିସହ ସମ୍ମାନିତ ଅତିଥି ଭାବେ  କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମଧ୍ୟ ଏହି ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ  ନଗରପାଳ ଗୋପବନ୍ଧୁ ମହାପାତ୍ର ,ଉପାଧ୍ୟକ୍ଷ ଶୁଭଶ୍ରୀ ଦାସ ,ପଞ୍ଚାୟତ ସମିତି ଅଧ୍ୟକ୍ଷ ନରିସଭା ନାୟକ,ଉପାଧ୍ୟାକ୍ଷା ରାଜଲକ୍ଷ୍ମୀ ପ୍ରଧାନ ,ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ ,ସାଂସଦ ପ୍ରତିନିଧି ଦିବାକର ନାୟକ ,ସଂସଦ ପ୍ରତିନିଧି ପଞ୍ଚାନନ ପାଳ, ପ୍ରାକ୍ତନ ନଗରପାଳ ସୁଧୀର ରଞ୍ଜନ ବେହେରା ,ପ୍ରାକ୍ତନ ଉପନଗରପାଳ ରାଜେନ୍ଦ୍ର ବିଷୋୟୀ, ଜିଲ୍ଲା ବିଜେଡି ଉପସଭାପତି ରାଜକିଶୋର ସାହୁ ପ୍ରମୁଖ ଅନ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ  ଭଞ୍ଜନଗର ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ,ସଭ୍ୟା,ଏନ୍.ଏ.ସି ର ସମସ୍ତ କାଉନସିଲର ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟ ଏବଂ ଭଞ୍ଜନଗର ପ୍ରେସ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା | ଶ୍ରୀ ଆରୁଖ ପୂର୍ବରୁ ମନ୍ତ୍ରୀ ପଦରେ ରହିଥିବାବେଳେ ଗତ ବର୍ଷ ଜୁନ ମାସରେ  ଓଡିଶା ବିଧାନସଭାରୁ ବାଚସ୍ପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ  |

ବାଚସ୍ପତି ଭାବେ ଓଡିଶା ବିଧାନସଭାରେ ସୁଚାରୁରୂପେ ତୁଲାଇଥିଲେ | ପୂର୍ବରୁ ଶ୍ରୀ ଆରୁଖ କ୍ୟାବିନେଟ ପାହ୍ୟାରେ ଗ୍ରାମ୍ୟ ଉନ୍ନୟନ ଓ ଆଇନ ମନ୍ତ୍ରୀ ପରେ ଗ୍ରାମ୍ୟ ଉନ୍ନୟନ ସହ ସମବାୟ ବିଭାଗର ମନ୍ତ୍ରୀ ରହିବା ସହ ୨୦୧୪ ମସିହାରେ ପଞ୍ଚମ ଥର ପାଇଁ ବିଧାୟକ ରୂପେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ   ବିଜୟ ଲାଭ କରିଥିଲେ | ଏହାପରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ  ସହ ସଂସଦୀୟ  ବ୍ୟାପାର ମନ୍ତ୍ରୀ ଭାବେ ଦୁଇ ବର୍ଷ ଦାୟିତ୍ୱରେ ରହିଥିଲେ | ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପରେ ପରେ ପୁଣିଥରେ  ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସାଧାରଣ ଉଦ୍ୟୋଗ ଭଳି ବହୁ ବିଭାଗର ଦାଇତ୍ୱ ନେଇଥିଲେ | ୨୦୧୯ ନିର୍ବାଚନ ସମୟରେ ଷଷ୍ଠ ଥର ପାଇଁ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ  ବିଜୟ ଲାଭ କରି ସଂସଦୀୟ ବ୍ୟାପାର,ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ପଦର ଗୁରୁ ଦାଇତ୍ୱ ନେଇଥିଲେ | ଏହାପରେ ଓଡିଶା ବିଧାନସଭାର ବାଚସ୍ପତି ରୂପେ ୧୧ ମାସ ରହିବା ପରେ ପୁଣି ଥରେ ଓଡିଶା ସରକାରଙ୍କ ପକ୍ଷରୁ ଓ଼ଡିଶାର ଅର୍ଥନୈତିକ ପରିଚାଳନା  ଦାଇତ୍ୱ ମିଳିଛି ଏହି ଅବସରରେ ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀ ଆରୁଖ ସର୍ବପ୍ରଥମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ନିର୍ବାଚନ ମଣ୍ଡଳୀର  ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଛନ୍ତି |

ଏଥିସହ ଅର୍ଥମନ୍ତ୍ରୀ ଭାବେ ଦାଇତ୍ୱ ନେବା ପରେ ନିଜ ନିର୍ଵାଚନ ମଣ୍ଡଳୀର ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ଜଗନ୍ନାଥ ପ୍ରସାଦ  ଠାରୁ  ସୁନାମୁହିଁ ପର୍ଯ୍ୟନ୍ତ  ଥିବା ୫ ମିଟର ରାସ୍ତାକୁ ସାଢେ ୧୫  କୋଟି ଟଙ୍କା  ବ୍ୟୟରେ  ୧୦ ମିଟର ରାସ୍ତା କରିବା ପାଇଁ ଶୁଭ ଦେଇଥିଲେ ଏଥିସହ   ଭଞ୍ଜନଗର ଠାରୁ ନୟାଗଡ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ  ୪୫ କୋଟି ଟଙ୍କାର ଶୁଭ ଶିଳାନ୍ୟାସ କରିଥିଲେ | ଦୁଇ ଦିନ ପୂର୍ବରୁ   ମେଗା ପାନୀୟ ଜଳ ପାଇଁ କ୍ୟାବିନେଟ  ମଂଜୁର ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ  ଏହି ବୃହତ ପାନୀୟଜଳ ଯୋଗାଣ ହେଲେ  ସମସ୍ତ ଭଞ୍ଜନଗର ବ୍ଲକର ୨୨ ଟି ପଞ୍ଚାୟତ ଏବଂ ଜଗନ୍ନାଥପ୍ରସାଦ ବ୍ଲକର ୨୫ଟି ପଞ୍ଚାୟତର ଜନସାଧାରଣ  ସ୍ଵଛ ପାନୀୟଜଳ ପାଇପାରିବେ |ଅର୍ଥ ମନ୍ତ୍ରୀ ଦାଇତ୍ୱ ମିଳିବା ଦ୍ୱାରା ସେ ଓ଼ଡିଶାର ଅର୍ଥନୀତି ଓ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବା  ସହ ଭଞ୍ଜନଗର ନିର୍ବାଚନମଣ୍ଡଳୀର ବିକାଶପଥକୁ ବୃଦ୍ଧି କରିବା ଏବଂ   ବିଜେଡି ସଂଗଠନ ଆହୁରି ସଦୃଢ଼ ହେବ ବୋଲି ନିଜ ଅଭିଭାଷଣରେ କହିଥିଲେ |

Leave A Reply