ଆଜିଠୁ ଆରମ୍ଭ ହେବ ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ମା’ ଗାଲେରୀ କାଳୀଙ୍କ ଦଣ୍ଡ ଯାତ୍ରା : ୧୭୦୦ ମସିହାରୁ ଆରମ୍ଭ ହୋଇଛି ଗାଲେରୀ ଦଣ୍ଡଯାତ୍ରା ପରମ୍ପରା
ଭଞ୍ଜନଗର ୩୧/୦୩ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା ଦଣ୍ଡକାଳୀଙ୍କ ଯାତ୍ରା ଚଳିତ ବର୍ଷ ଯାତ୍ରା କମିଟି ମାନଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି | ଗଞ୍ଜାମ ଜିଲ୍ଲାର କଳା ଓ ସଂସ୍କୃତିର ପରିଚୟ ସୃଷ୍ଟି କରିବାରେ ଦଣ୍ଡ ନାଚ ଅନ୍ୟତମ | ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଗାଲେରୀ ମା କାଳୀଙ୍କ ଯାତ୍ରା ରେ ଶହ ଶହ ମାନସିକଧାରୀ ୧୩ ଦିନ ପାଇଁ ମା ଙ୍କ ନିକଟରେ ଭୋକ୍ତା ଭାବେ ରହି ସେବା କରିବାର ସୁଯୋଗ ପାଇଥାନ୍ତି ଦଣ୍ଡ ଉଠିବା ଦିନ ଗାଲେରୀ ଗ୍ରାମକୁ ହଜାର ହଜାର ସଂଖ୍ୟା ରେ ଭକ୍ତଙ୍କ ସମାଗମ ହୋଇଥାଏ ଚଳିତ ବର୍ଷ ଗାଲେରୀ ଦଣ୍ଡ ଯାତ୍ରା ୧୪ ଦିନ ଧରି ଅନୁଷ୍ଠିତ ହେବ | ଗଞ୍ଜାମର ଏହି ଐତିହ ପରମ୍ପରା ଦଣ୍ଡ ନାଚ ପର୍ବକୁ ଭକ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି | ଗାଲେରୀ ଗ୍ରାମର ଢୋଲ , ଘଣ୍ଟ,ଗିନି ,ମହୁରୀ ,ଶବ୍ଦ ରେ ମା କାଳୀଙ୍କ ଯାତ୍ରା ଦେଖିବା ଲାଗି ବହୁ ଦର୍ଶକ ଓ ବାହାରେ ରହୁଥିବା ଦର୍ଶକଙ୍କ ସୁଅ ଛୁଟିଥାଏ | କେତେକ ସ୍ଥାନରେ ପର୍ଯ୍ୟୟକ୍ରମେ ଯାତ୍ରା ଆରମ୍ଭ ହୋଇଥିବାବେଳେ ଆଜିଠାରୁ ସମସ୍ତ ପାଟ ଭୋକ୍ତାଙ୍କ ନିର୍ଦେଶ ଅନୁସାରେ ସମସ୍ତ ଗ୍ରାମରେ ମା ଙ୍କ ଯାତ୍ରା ପାଳନ ହୋଇଥାଏ | ଏହି ଗାଲେରୀ ଦଣ୍ଡ ଯାତ୍ରାର ନିଆରା ପରମ୍ପରା ରହିଛି ଯାହାକି ଆବହନ କାଳରୁ ଏହାକୁ ପାଳନ କରାଯାଉଛି |
ସୂଚନା ପ୍ରକାରେ ୧୭୦୦ ମସିହାରୁ ଏହି ଗାଲେରୀ ଦଣ୍ଡଯାତ୍ରା ଆରମ୍ଭ ହୋଇଛି କିମ୍ବଦନ୍ତୀ ଅନୁସାରେ କୁଲାଡ଼ ନାରାୟଣପାଟଣା ଗ୍ରାମରୁ ମା କାଳୀଙ୍କୁ ଆଣି ଗାଲେରୀ ଗ୍ରାମର ପାଟଣା ସାହିରେ ସ୍ଥାପିତ କରାଯାଇଥିଲା | ୧୭୬୦ ମସିହାରେ ଆଡ଼ପ ମନ୍ଦିରକୁ ନିମନ୍ତ୍ରଣ କରାଯାଇଥିଲା | ଏହାପରେ ପାଟଣା ସାହି ଶେଷ ଭାଗରେ ମା ଙ୍କୁ ଅବସ୍ଥାପିତ କରାଯାଇଥିଲା | ପୁରାତନ ନିୟମ ପ୍ରକାରେ ଆଜି ମଧ୍ୟ ବଞ୍ଚି ରହିଛି ଗାଲେରୀ ଦଣ୍ଡ ପରମ୍ପରା | ଏହି ଯାତ୍ରା ସମୟରେ ପ୍ରତ୍ୟକ ଦିନ ୬ ଗଉଣି ଚାଉଳରେ ହିଁ ୧୩ ଦିନ ଧରି ଚାଲୁଥିବା ଯାତ୍ରାର ରାତ୍ର ସମୟରେ ରନ୍ଧା ଯାଇ ଭୋଗ କରାଯାଇଥାଏ ଏହି ଭୋଗକୁ ଦଣ୍ଡ ଭୋକ୍ତା ମାନେ ନିଶବ୍ଦ ରାତ୍ର ସମୟରେ ପ୍ରସାଦ ସେବନ କରିବାର ପରମ୍ପରା ରହିଛି | ଚଳିତ ବର୍ଷ ଦଣ୍ଡନାଚ ପରିବେଷଣ ମା ଙ୍କ ସମସ୍ତ ରୀତିନୀତି ପ୍ରତ୍ୟକ ବର୍ଷ ଭଳି ପାଳନ କରାଯିବା ପାଇଁ କମିଟି ପକ୍ଷରୁ କୁହାଯାଇଛି |ଚଳିତ ବର୍ଷ ଶନିବାର ପଡୁଥିବାରୁ ଏକ ଦିନ ପୂର୍ବରୁ ଏକବାର ପୂଜା କରାଯାଇ ଦଣ୍ଡ ଉଠିବେ ଉକ୍ତ ଦିନ ମା’ କାଳୀ ଓ ଶିବଙ୍କ ପୂଜାର୍ଚନା ଓ ନୀତି ନିୟମ ଆଦି ସମ୍ପୂର୍ଣ ହେବା ସହ ପ୍ରତି ବର୍ଷ ଭଳି ଗାଲେରୀ ଗ୍ରାମରେ ଦଣ୍ଡାଧରି ରୂପେ ୬୦୦ ରୁ ପ୍ରାୟ ୮୦୦ ଦଣ୍ଡୁଆ ଅଂଶ ଗ୍ରହଣ କରିବେ | ଏଥିସହ ମନାସିକଧାରୀଙ୍କ ଗ୍ରାମ କୁ ଗ୍ରାମ ପରିକ୍ରମା କରିଥାନ୍ତି |
ଏକବାର ପାଇଁ ହେବାକୁ ଥିବା ଯାତ୍ରା ଓ ମେରୁ ଯାତ୍ରା ସକାଶେ ଜୋରଦାର ପ୍ରସ୍ତୁତି ଚାଲିଥିବା ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି | ଏହି ଗାଲେରୀ ଦଣ୍ଡ ଯାତ୍ରାର ଆଉ ଏକ ନିଆରା ପରମ୍ପରା ହେଉଛି ରାତିରେ ପରିବେଷିତ ହେଉଥିବା ସାମାଜିକ ନାଟକରେ ସମସ୍ତ କଳାକାର ପୁରୁଷ ରହିଥାନ୍ତି କାହିଁ କେଉଁ ପୂର୍ବ ସମୟରୁ ଏହି ପରମ୍ପରା ଆଜି ମଧ୍ୟ ବଜାୟ ରହିଛି | ଆଜି କାଲି ମୁଖ୍ୟତଃ ମହିଳା କଳାକାର ମାନଙ୍କୁ ନାଟକ ପରିବେଷଣ ସମୟରେ ଦେଖିବାକୁ ମିଳୁଛି କିନ୍ତୁ ଏହି ଗାଲେରୀ ଦଣ୍ଡର ପୁରାତନ ପରମ୍ପରା ଅନୁସାରେ ଆଜି ମଧ୍ୟ ପାଳନ କରାଯାଉଛି | ସେହିଭଳି ଗଞ୍ଜାମର ଦଣ୍ଡ ଯାତ୍ରା ହେବା ଦ୍ୱାରା ବହୁ କଳାକାରଙ୍କ ପେଟପୋଷଣ ମଧ୍ୟ ହୋଇଥାଏ ରାତ୍ର ସମୟରେ ସାମାଜିକ ଓ ପୌରାଣିକ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥାଏ ଯାହାଫଳରେ ବହୁ ଚିତ୍ରାଳୟ ତରଫରୁ ବାହାରୁ ଆସିଥିବା କଳାକାର ମାନେ ଏଥିଦ୍ୱାରା ତାଙ୍କ ରୋଜଗାର କରି ନିଜ ଘର ଚଳାଇବାରେ ସକ୍ଷମ ହୋଇଥାନ୍ତି |ଭକ୍ତ ଓ ଦର୍ଶକ ମାନେ ମା ଙ୍କ ଦର୍ଶନ ସହ ରାତ୍ର ସମୟରେ ପରିବେଷିତ ହୋଉଥିବା ଅପେରା ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆନନ୍ଦ ନେଉଥିବା ଦିଖିବାକୁ ମିଳିଛି |
