Odisha news

ବ୍ଲକ କାର୍ଯ୍ୟାଳୟରେ ଜିପିଇଓଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ୧୨ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

0

ଭଞ୍ଜନଗର ୧୨/୦୨ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ଚଳିତ ମାସ ୧ ତାରିଖରେ ବରିଷ୍ଠ କର୍ମଚାରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ ୧୨  ଦିନ ପରେ ଆଜି ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ବରିଷ୍ଠ  କର୍ମଚାରୀ  ଜଣକ ହେଲେ ପ୍ରମୋଦ କୁମାର ପଟ୍ଟନାୟକ ସେ  ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ  କାର୍ଯ୍ୟ କରି ଆସୁଥିଲେ | ଗତ ଦୁଇ ବର୍ଷ ହେବ ଭଞ୍ଜନଗର ବ୍ଲକ କାର୍ଯ୍ୟାଳୟରେ ଯୋଗ ଦେଇ ଜିପିଈଓ ଦାଇତ୍ୱ ନିର୍ବାହ କରୁଥିଲେ  | କିଛି ମାସ ପରେ ସେ ଅବସର ନେଇଥାନ୍ତେ କିନ୍ତୁ ହଠାତ  ସେ ଚରମ ପନ୍ଥା ଆପଣାଇ କୀଟନାଶକ ଔଷଧ କିମ୍ବା କୌଣସି ବିଷାକ୍ତ ପଦାର୍ଥ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ| ସୂଚନା ପ୍ରକାରେ  ବରିଷ୍ଠ କର୍ମଚାରୀ ଜଣକ କୌଣସି କାରଣରୁ ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କ ସହ ଯୁକ୍ତିତର୍କ ହୋଇଥିଲା ଏବଂ ବିଡିଓଙ୍କୁ ଅସଦାଚରଣ କରିଥିବାରୁ ଜିଲ୍ଲାପାଳଙ୍କୁ ଏହି ସମ୍ପର୍କରେ ଏକ ଚିଠି ଲେଖିଥିଲେ ଭଞ୍ଜନଗର ବିଡ଼ିଓ |

ଏହାପରେ ଜିଲ୍ଲାପାଳ କାର୍ଯ୍ୟାଳୟରୁ ଏକ ଚିଠିରେ ତାଙ୍କର ଅନ୍ୟତ୍ର   ସ୍ଥାନକୁ  ବଦଳି  ହୋଇଥିବା ଚିଠି ଦ୍ୱାରା ନିର୍ଦେଶ ଆସିଥିଲା | ବଦଳି ହୋଇଥିବା ନିର୍ଦେଶ ପ୍ରକାରେ ଅନ୍ୟ ଜଣେ କର୍ମଚାରୀଙ୍କୁ ସେ ଦାଇତ୍ୱ  ଦେବା ପରେ ବିଡ଼ିଓ ଏବଂ ଅନ୍ୟ କର୍ମଚାରୀ  ମାନେ ଏକ ବୈଠକରେ  ଥିବା ବେଳେ ଶ୍ରୀ ପଟ୍ଟନାୟକ ବିଷ ପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ | ଉକ୍ତ କାର୍ଯ୍ୟାଳୟର ଜଣେ କର୍ମଚାରୀ ଶ୍ରୀ ପଟ୍ଟନାୟକ ଅଚେତ ଅବସ୍ଥାରେ ଥିବା ଦେଖି ସଙ୍ଗେ ସଙ୍ଗେ ବିଡିଓଙ୍କୁ ଜଣାଇଥିଲେ ଏହାପରେ ତାଙ୍କୁ ତୁରନ୍ତ ଭଞ୍ଜନଗର ଡାକ୍ତରଖାନାରେ ଭର୍ତି କରାଯାଇଥିଲା କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଚିକତ୍ସା କରାଯାଉଥିଲା  କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଥିଲା  |

ଆଜି ସକାଳେ ଶ୍ରୀ ପଟ୍ଟନାୟକଙ୍କ ଚିକତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ବ୍ରହ୍ମପୁର ମେଡିକାଲରେ ମୃତ୍ୟୁ ହୋଇଥିବା ଖବର ମିଳିଥିବାବେଳେ ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି | ଶ୍ରୀ ପଟ୍ଟନାୟକଙ୍କ ଗ୍ରାମ ସୋରଡ଼ାରେ ଅନ୍ତିମ ସଂସ୍କାର କରାଯାଇଥିବା ସୂଚନା ମିଳିଛି | ଅନ୍ୟପକ୍ଷରେ କେଉଁ କାରଣରୁ ବ୍ଲକ ପରିସରରେ ଆତ୍ମହତ୍ୟା ଉଦ୍ୟମ କରିଲେ ପାରିବାରିକ ସମସ୍ୟା ନା  ଚାକିରୀ ଶେଷ ସମୟରେ ଅନ୍ୟତ୍ର  ବଦଳି କାରଣରୁ ଆତ୍ମହତ୍ୟା କରିଛନ୍ତି ନା ଆଉ କଣ କାରଣ ରହିଛି ଆତ୍ମହତ୍ୟା ପଛରେ ଏବେ ସୁଦ୍ଧା କାରଣ ଅସ୍ପଷ୍ଟ ହୋଇ ରହିଛି | ତେବେ ବ୍ଲକ  ଜିପିଇଓଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି |  ବିଡିଓଙ୍କୁ ଏହି ସମ୍ପର୍କରେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ଆଗାମୀ ଦିନରେ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି |

Nalco
Leave A Reply