ପେସାରେ ପୋଲିସ : ନିଶା ବୃକ୍ଷରୋପଣ କରିବା ,ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା
ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ସବୁଜିମା ପରିବେଶ
ଭଞ୍ଜନଗର (Amarendra Pattanaik) : ୧୧/୦୨ ସେ ଜଣେ ନିଆରା ମଣିଷ ଚାକିରିରୁ ଟିକେ ଫୁରସତ ମିଳିଲେ ଗଛ ଲଗାଇବା ସହ ଗଛର ଯତ୍ନ ନେଇଥାନ୍ତି | ଦିନକୁ ଦିନ ଆଜିର ମଣିଷ ଗଛ କାଟି ନେଇଯାଉଥିବାବେଳେ ବୃକ୍ଷରୋପଣ କରି କିପରି ସବୁଜ ସୁନ୍ଦର ପରିବେଶ ଗଠନ କରିବା ତାହାରି ଉପରେ କେହି ଗୁରୁତ୍ୱ ଦେନହାନ୍ତି | କିନ୍ତୁ କିଛି ମହାନ ବ୍ୟକ୍ତି ଅଛନ୍ତି ଗଛ ପ୍ରତି ସ୍ନେହ ଓ ଭଲପାଇବା ରହିଛି ଯାହାଫଳରେ କି ପରିବେଶ ଆଜି ସବୁଜିମା ସୁନ୍ଦର ରହିଛି |
ପରିବେଶ ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା । ବିଶେଷ କରି କୋରନା ମହାମାରୀ ସମୟରେ ପ୍ରାକୃତିକ ପରିବେଶରୁ ମାଗଣାରେ ମିଳୁଥିବା ଅମ୍ଳଜାନ ଆମ ପାଇଁ କେତେ ମୂଲ୍ୟବାନ ତାହା ସମସ୍ତେ ହୃଦୟଙ୍ଗମ କରିଲେ। ଏହାପରେ ମଧ୍ୟ ବୃକ୍ଷରୋପଣକୁ ଯେଉଁ ପରିମାଣରେ ଗୁରୁତ୍ବ ଦେବା କଥା ତାହା ନେଦେଇ ନିଜର ସୁଖ ସ୍ବାଚ୍ଛନ୍ଦ ପାଇଁ ପରିବଶେକୁ ପ୍ରତି ମୁହୂର୍ତ୍ତରେ ଆଘାତ ପହଞ୍ଚାଇବାରେ ଲାଗିଛି ମଣିଷ। କିନ୍ତୁ ସମାଜରେ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ନିଜର ବ୍ୟସ୍ତ ବହୁଳ କାର୍ଯ୍ୟରୁ ମଧ୍ୟ ସମୟ ବାେହାର କରି ପରିବେଶ ଚିନ୍ତା କରନ୍ତି ଆଉ ନିୟମିତ ବୃକ୍ଷ ରୋପଣ କରି ତାର ଯତ୍ନ ନିଅନ୍ତି। ଏଭଳି ଜଣେ ନିଆରା ବ୍ୟକ୍ତ ହେଉଛନ୍ତି ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧକାରୀ ଶୁଭ୍ରାଂଶୁ ଶେଖର ମିଶ୍ର। ସେ କର୍ମରେ ଜଣେ ପୁଲିସ୍ ଅଧିକାରୀ ହୋଇଥିଲେ ମଧ୍ୟ ନିଜର କାର୍ଯ୍ୟାଳୟ ପରିସରକୁ ସବୁଜ ବଳୟରେ ପରିଣତ କରି ପାରିଛନ୍ତି।
ସେ ଏଠାରେ ଚାକିରୀ କ୍ଷେତ୍ରରେ ଯୋଗଦେବା ପରଠାରୁ ତାଙ୍କ ଅଧୀନରେ ରହିଥିବା ବିଭିନ୍ନ ଥାନରେ ଗଛ ଲଗାଇବା ପାଇଁ ପ୍ରବର୍ତ୍ତାଇ ଆସୁଛନ୍ତି। ନିଜ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଗଛ ଲଗାଇ ସବୁଜ ବଳୟରେ ପରିଣତ କରିଛନ୍ତି। ନିଜର କର୍ମଚାରୀ ମାନଙ୍କ ସହ ମିଶି ୩ ହଜାରରୁ ଉର୍ଦ୍ଧ ଗଛ ଲଗାଇଥିବା ସେ ପ୍ରକାଶ କରିଛନ୍ତି। ସେ କାର୍ଯ୍ୟାଳୟ ପରିସରରେ ଆମ୍ବ,ପଣସ,ପିଜୁଳି,କଦଳୀ,ଜାମୁକୋଳି
