ଭଂଜନଗର – ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ତୁଳସୀପୋଲି ଗ୍ରାମ ନିକଟରେ ଘଟିଯାଇଛି ଏକ ମର୍ମନ୍ଦୁତ ସଡ଼କ ଦୁର୍ଘଟଣା l ଦୁଇ ବାଇକ ଧକ୍କା ହେବାପରେ , ଘଟଣା ସ୍ଥଳର ଛିଟିକି ପଡ଼ି ସେହି ରାସ୍ତା ଦେଇ ଯାଉଥିବା ଟ୍ରକ ଚକାରେ ପଡ଼ି ଯାଇଥିଲେ । ଫଳରେ ଘଟଣାସ୍ଥଳରେ ୨ ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ l ଗୁରୁତର ମାନଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲରେ ଭର୍ତି କରାଯାଇଛି l ମୃତକ ୨ ଜଣଙ୍କ ମଧରୁ ଜଣେ ଗୋଲାପଡା ଗ୍ରାମ ର ଭୋଳା ପ୍ରଧାନ ହୋଇଥିବା ବେଳେ ଅନ୍ୟ ଜଣେ କଣ୍ଟାଡୋର ଗ୍ରାମ ର ଲୋକନାଥ ସ୍ୱାଇଁ ବୋଲି ଜଣାପଡିଛି l ଆହତ ମାନେ ହେଲେ ଅବିନାଶ ପ୍ରଧାନ,ନେତ୍ର|ନନ୍ଦ ସାହୁ ଓ ଚନ୍ଦ୍ର ନାଇକ ଏମାନେ ବାଉଁଶଲୁଣ୍ଡି ଗ୍ରାମ ର l ଟ୍ରକ ଟି ଭଞ୍ଜନଗର ପଟୁ ଦଶପଲ୍ଲା ରାସ୍ତା ରେ ଯାଉଥିବା ବେଳେ ଘଟିଛି ଘଟଣା l ଘଟଣା ସ୍ଥଳରେ ଭଞ୍ଜନଗର ଥାନାଧିକାରୀ ଧିରେଶ କୁମାର ଦାସ୍ ପହଂଚି ଘଟଣାର ତଦନ୍ତ କରିଛନ୍ତି l
