Odisha news

୭୪ତମ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ

0

ଭଞ୍ଜନଗର ,ଗୁରୁବାର ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସାଧାଣତନ୍ତ୍ର ଦିବସ ପାଳନ ଅବସର ରେ  ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀଜ୍ୟୋତି ଶଙ୍କର ରାୟ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜାନୁୟାରୀ  ୨୬ ତାରିଖ ଦିନ ପ୍ରତ୍ୟୁଷ ଘ 5 :00ମି ରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ସହର ରେ ରାମଧୁନ ପରିବେଷଣ କରାଯିବ l ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ଘ 7:15ମି ରେ ପତାକା ଉତ୍ତୋଳନ କରିବେ l ସକାଳ ଘ ୮.୩୦ମି ରେ ସ୍ଥାନୀୟ ଜେଲ ପଡ଼ିଆ (ଷ୍ଟାଡିୟମରେ )ମୂଖ୍ୟ ଅତିଥି ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ l ଚଳିତ ବର୍ଷ ପ୍ୟାରେଡ ରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବା ନିମନ୍ତେ ନିଷ୍ପତି ନିଆଯାଇଛି l   ପ୍ୟାରେଡ ଅଭ୍ୟାସ ଆସନ୍ତା ୨୨.୧.୨୦୨୩, ୨୩.୧.୨୦୨୩ ରେ ଜେଲ ଗ୍ରାଉଣ୍ଡ ଷ୍ଟାଡିୟମରେ ଅଭ୍ୟାସ କରିବା ନିମନ୍ତେ ସ୍ଥିର କରାଯାଇଛି l ଏହି ପ୍ରସ୍ତୁତି ବୈଠକ ରେ  ଏନ୍.ସି.ସି ଅଫିସର କେ.ଏ ସ.ୟୁ  ବି କଲେଜ  ଏମ ପି ପ୍ରତିନିଧି  ପଞ୍ଚାନନ ପାଳ,ସମାଜ  ସେବି ଶୁଲପାଣି ଶତପଥୀ, ସମସ୍ତ  ମାନ୍ୟ ଗଣ୍ୟ ବ୍ୟକ୍ତି,  ସମସ୍ତ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ l ଏହି ପ୍ରସ୍ତୁତି ବୈଠକ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀ ଶଙ୍କର  ଶତପଥି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଦୀପ କୁମାର ପାତ୍ର ସହଯୋଗ କରିଥିଲେ l

Nalco
Leave A Reply