Odisha news

ଚଳନ୍ତା ଯାତ୍ରୀବାହି ଅଟୋ ଓଲଟି ଜଣେ ଗୁରୁତର ୨ ଆହତ

0
ଭଞ୍ଜନଗର–ଭଞ୍ଜନଗର ଥାନା କୁଲାଡ ଫାଣ୍ଡି ଅନ୍ତର୍ଗତ କମଳାବାଡି ଠାରେ ଚଳନ୍ତା ଯାତ୍ରୀବାହି ଅଟୋ ଉପରକୁ ମାଙ୍କଡ ଡେଇଁ ଅଟୋ ଓଲଟ ୩ ଆହତ ହେଇଥିବା ବେଳେ ଜଣେ ଗୁରୁତର ।ଗୁରୁତ୍ୟର ହେଲେ  ଉଦୟ ନାୟକ(୭୦ )ବର୍ଷ, ପାଚୀ ନାଇକ (୮)ବର୍ଷ,ଏମାନଙ୍କ ଘର ତିଳିସିଙ୍ଗି ଗ୍ରାମର ସୁମିତ୍ରା ନାଇକ (୫୫) ବିଲିପଡା ଗ୍ରାମର ।ଖବର ନେବାରେ  ଭଞ୍ଜନଗର ରୁ ତିଳିସିଙ୍ଗି ଗ୍ରାମ ଅଭିମୁଖେ ଏକ ଅଟୋରେ ତିନି ଜଣ ଯାତ୍ରୀ ବସି ଯାଉଥିବା ବେଳେ କମଳାବାଡି ନିକଟରେ ଚଳନ୍ତା ଅଟୋ ଉପରକୁ ମାଙ୍କଡଟି ଡେଇଁ ପଡିବାରୁ ଅଟୋଟି ଦୁତଗତିରେ ଥିବାରୁ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିବାରୁ ବସିଥିବା୩ଯାତ୍ରୀଙ୍କ ମଧ୍ୟରୁ ଜଣେ ଗୁରୁତର ହେଇଥିବା ବେଳେ ଦୁଇଜଣ ଆହତ ।ଏମାଙ୍କ ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରାଯାଇଥିଲା ।ଏଠାରେ ଉଦୟର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଛି ।
Nalco
Leave A Reply