Odisha news

ନଗରପାଳଙ୍କୁ କିରାଣୀ ଙ୍କ ଦୁର୍ବ୍ୟବହାର ଘଟଣା : ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ଥାନା ରେ ଅଭିଯୋଗ

0
ଭଞ୍ଜନଗର,୧୦/୧(ଆପ୍ର) ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର ମଙ୍ଗଳବାର ନିଜର ଏକ କାମରେ ତହସିଲ କାର୍ଯ୍ୟାଳୟ କୁ ଯାଇଥିବା ବେଳେ ଜଣେ କାର୍ଯ୍ୟରତ କିରାଣୀ ତାଙ୍କୁ ର୍ଦୁବ୍ୟବହାର କରିଥିଲେ। ସେହିପରି ଆଉଜଣେ କିରାଣୀ ପ୍ରଚୁର ମଦ୍ୟ ପାନ କରି ତାଙ୍କ ସହ ବିଭିନ୍ନ ଯୁକ୍ତିତର୍କ କରିଥିଲେ। ଆଉ ଏହାକୁ ନେଇ ନଗରପାଳ ମହାପାତ୍ର ଉକ୍ଷିପ୍ତ ହେବା ସହ ନିଜର କିଛି ସମର୍ଥକ ଓ କିଛି ଆଇନଜୀବୀ ଙ୍କୁ ନେଇ ତହସିଲ କାର୍ଯ୍ୟାଳୟ ପରିସରରେ ପ୍ରତିବାଦରେ ବସି ଯାଇଥିଲେ।
ପରେ ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଘଟଣାସ୍ଥଳରେ ପହଞ୍ଚି ନଗରପାଳ ଗୋପବନ୍ଧୁ ମହାପାତ୍ର ଓ ଉପସ୍ଥିତ ଥିବା ଓକିଲ ବନ୍ଧୁମାନଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ସେ ସଂପୃକ୍ତ ଦୁଇ କିରାଣୀ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ କାହିଁକି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ସେମାନଙ୍କ ବିରୁଦ୍ଧରେ ନିଆଯିବ ନାହିଁ ସେ ସଂପର୍କରେ ଲିଖିତ ଉତ୍ତର ଦେବାକୁ ନୋଟିସ ଜାରି କରିଥିଲେ। ଏହାପରେ ନଗରପାଳ ମହାପାତ୍ର ଥାନା ଅଧିକାରୀ ଧୀରେଶ କୁମାର ଦାସ ଙ୍କୁ ଭେଟି ଏସଂପର୍କରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ତେବେ ରିପୋର୍ଟ ଲେଖାଯିବା ସୁଦ୍ଧା ଏସଂପର୍କରେ କୈାଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି।
ନଗରପାଳଙ୍କ ସହ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବରିଷ୍ଠ ଓକିଲ ଏମ୍ ତାଜ୍ ଆଦେନୀ, ରବି ଦାସ, ଖରା°ଶୁ ଶେଖର ଦାଶଙ୍କ ସମେତ କିଛି କାଉନସିଲର ଓ ସେମାନଙ୍କ କିଛି ସମର୍ଥକ ଧାରଣାରେ ବସିଥିଲେ।

IEC 2 years
Leave A Reply