Odisha news

ଘରୁ ଡ଼ାକିନେଇ ହତ୍ୟା ଘଟଣାରେ , ୩ ଗିରଫ , ୨ ବାଇକ୍ ଜବତ

0
ଭଂଜନଗର – ପୂର୍ବ ଅସନ୍ତୋଷ କୁ ସମାଧାନ କରିବାକୁ କହି , ଘରୁ ଡାକି  ନେଇ  ଜଣକୁ ହତ୍ୟା ଏବଂ ଆଉ ମରଣାନ୍ତକ ଆକ୍ରମଣ ଘଟଣାରେ , ୩ ଜଣକୁ ଗିରଫ କରିଛି ଗାଙ୍ଗପୁର ଥାନା ପୋଲିସ । ଘଟଣା ସମୟରେ ବ୍ୟବହୃତ ଗୋଟିଏ ବୁଲେଟ୍ ଏବଂ ଗୋଟିଏ ମୋଟରସାଇକେଲ  ଜବତ ହୋଇଛି ।
ଗତ ୧୩ ତାରିଖ ରାତିରେ , ବଡବୋରସିଙ୍ଗି – ଖାରିଗୁଡା ରାସ୍ତା ରେ  ଘଟିଥିଲା ଏଭଳି ଘଟଣା । ଭଂଜନଗର ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ କାଳିଆଗୁଡା ଗାଁ ର ଅମର ରାଉତ ର ମୃତ୍ୟୁ ହୋଇଥିବା ବେଳେ , ସେହି ଗାଁ ର ଶିବ ପ୍ରଧାନ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର ହୋଇଥିଲା । ପୂର୍ବ ଶତ୍ରୁତା ଏବଂ ଉଭୟ ଙ୍କ ମଧ୍ୟରେ ହୋଇଥିବା ଗାଳିଗୁଲଜ ଓ ଆକ୍ରମଣ ଘଟଣାର ସମାଧାନ କରିବାକୁ , କାଳିଆଗୁଡା  ଗାଁ ର ଅମର ଓ ଶିବ କୁ ଡ଼ାକିନେଇ ଥିଲେ ବଡ଼ବୋରସିଙ୍ଗି ଗାଁ କିଛି ଯୁବକ । ସେମାନେ ବଡବୋରସିଙ୍ଗି – ଖାରିଗୁଡା ରାସ୍ତାରେ , ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ୧୦ ରୁ ଉର୍ଦ୍ଧ୍ବ ଯୁବକ ମିଶି ଅମର ଓ ଶିବ କୁ ଅମାନୁସିକ ଭାବେ ଠେଙ୍ଗା ରେ ଆକ୍ରମଣ କରି ରାସ୍ତାରେ ପକାଇଦେଇ ଚାଲିଯାଇଥିଲେ । ପରେ ଅମର ର ବାପା  ଡାକ୍ତର ରାଉତ  ଘଟଣା ସ୍ଥଳରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଧାର କରି ଭଂଜନଗର ମେଡିକାଲ ରେ ଭର୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅମର ରାଉତ ର ମୃତ୍ୟୁ ହୋଇଥିଲା ।
ଶିବ ପ୍ରଧାନ ର ଅବସ୍ଥା ଗୁରୁତର ଥିବାରୁ , ତାକୁ ବ୍ରହ୍ମପୁର ମେଡିକାଲ ପଠାଯାଇଥିଲା । ଏନେଇ ଗାଙ୍ଗପୁର ଥାନାରେ ୬୦୬/୨୨ ରେ ଏକ ମାମଲା ରୁଜୁ ହୋଇଥିଲା । ଘଟଣା ପରେ ବିଭିନ୍ନ ସ୍ଥାନରେ ଚଢାଉ କରି ବଡବୋରସିଙ୍ଗି  ଗ୍ରାମର ରାଜା ମାଳି ଓରଫ୍ ସୈ।ମ୍ୟରଞ୍ଜନ ମହାପାତ୍ର , ମୁନା ଓରଫ୍ ସୁରେଶ କୁମାର ଭୋଳ , ପିଣ୍ଟୁ ଓରଫ୍ ଦୀପକ କୁମାର ପ୍ରଧାନ ଙ୍କୁ ଗିରଫ କରିଥିଲା ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତ ଦିନରେ ହୋଇଥିବା  ନିର୍ବାଚନୀ ଅସନ୍ତୋଷ ଓ ଦଳ ପରିବର୍ତ୍ତନ କୁ ନେଇ ,  ଉଭୟ ମୃତକ ଓ ଆକ୍ରମଣକାରୀଙ୍କ ମଧ୍ୟରେ ଶତ୍ରୁତା  ଆରମ୍ଭ ହୋଇଥିଲା । ଏହି ସବୁ ଅସନ୍ତୋଷ କୁ ନିଶାଣ କରି , ଉଭୟେ ଉଭୟ ଙ୍କୁ ରାସ୍ତାରୁ ହଟାଇବା ପାଇଁ ଛକାପଞ୍ଝା ଚାଲିଥିଲା । ଏବଂ ଏହାକୁ ସଫଳ କରିବାକୁ ଛଳନା ଆରମ୍ଭ ହୋଇଥିଲା । ସମାଧାନ ବଦଳରେ ହେଲା ସଂଘବଦ୍ଧ ଆକ୍ରମଣ ।  ତେବେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ , ପୋଲିସ୍ ଚଢ଼ାଉ ଜାରି ରଖିଥିବା ଜଣାପଡିଛି ।
Nalco
Leave A Reply