ଭଞ୍ଜନଗର—ତାରସିଂ ଥାନା ଅନ୍ତର୍ଗତ ତେଲଡି ଗ୍ରାମର ବିପିନ ପ୍ରଧାନ ୩ ବର୍ଷର ନାବାଳିକା ବେବି ପ୍ରଧାନ ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ଖବର ନେବାରେ ଅପରାହ୍ନ ୪ଟା ସମୟରେ ବାପା ବିପିନର ଘର ପଛପଟେ ଥିବା ପୋଖରୀ ହୁଡାରେ ବେବି ଓ ତାର ସାଙ୍ଗମାନଙ୍କ ସହ ମିଶି ଖୋଳୁ ଥିବା ସମୟରେ ବେବିର ଅସାବଧାନତା ଯୋଗୁଁ ପୋଖରୀକୁ ଖସି ବୁଡି ଯାଇଥିଲା ସନ୍ଧ୍ୟାସମୟରେ ବେବିର ମୃତଦେହ ପାଣିରେ ଭାସୁଥିବାର କିଛି ଲୋକ ଦେଖି ପରିବାରକୁ ଖବର ଦେବା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଜି ମୃତଳବେବିର ମୃତ୍ୟ ଦେହକୁପାଣି ଭିତରୁ ଭନ୍ଧାର କରିଥିବା ଜଣାପଡିଛି ।