Odisha news

ଭାଉଜ କୁ ମାଡ ଅଭିଯୋଗରେ ଦିଅର ଜେଲ ଗଲେ

0

ଭଞ୍ଜନଗର—ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ବ୍ରହୁାଣପଦର ଗ୍ରାମର ଟୁକୁନା ବେହେରା  ଭାଉଜ ସବିତା ବେହେରାଙ୍କୁ ମାଡ ମାରିବା ନେଇ ଭାଉଜ ସବିତା  ତାରସିଂ ଥାନାରେ ଟୁକୁନା ବିରୁଦ୍ଧରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକୁଭିତ୍ତି ତାରସିଂ ଥାନା କେସନଂ ୩୦୨ରେ ମାମଲା ରୁଜୁ କରି ଦିଅର ଟୁକୁନାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ଓ ଗାଲେରୀ ଫାଣ୍ଡି ଅଧିକାରୀ ଭାଗୀରଥି ନାୟକ ସୁଚନା ଦେଇଛନ୍ତି । ମଙ୍ଗଳବାର ଅପରାହ୍ନରେ ଭାଉଜ ଗାଧେଇ ଆସି ଘର ସାମାନାରେ ଠିଆ ହେଇଥିବା ବେଳେ ଦିଅର କୈଣସି କାରଣକୁ ନେଇ ଦୁହେଁଙ୍କ ମଧ୍ୟରେ ପାଟିତୁଣ୍ଡହେବା ହେବା ପରେ ଦିଅର ଟୁକୁନା ଉତକ୍ଷିପ୍ତ ହେଇ ଭାଉଜକୁ ମାଡ ମାରିବାରୁ ଭାଉଜ ତଳେ ପଡିଯାଇଥିଲେ ଏହି ଘଟଣାକୁ ନେଇ ଭାଉଜ ଦିଅର ବିରୁଦ୍ଧରେ ତାରସିଂ ଥାନାରେ ଅଭିଯୋଗ କରିଥିଲେ ।

Nalco
Leave A Reply