Odisha news

ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ସାଇ ସୁଦର୍ଶନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଭଞ୍ଜନଗର– ମଣିଷ ଶରୀରରେ ଥିବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟରେ ଚକ୍ଷୁ ହେଉଛି ବହୁତ ମୂଲ୍ୟବାନ।ଏମିତି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ।ଖବର ନେବାରେ ଚକ୍ଷୁ ବିନା ସାରା ଦୁନିଆ ପୁରା ଅନ୍ଧକାର।ତେଣୁ ଚକ୍ଷୁର ଯତ୍ନ,ମୃତ୍ୟୁ ପରେ ଚକ୍ଷୁ ଦାନ ସମ୍ପର୍କରେ ସଚେତନତା ଓ ଦୃଷ୍ଟିହୀନତା ଦୂରୀକରଣ ନିମନ୍ତେ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ, ଓଡିଶା ତରଫରୁ ଆରମ୍ଭ ହୋଇଛି ସାଇ ସୁଦର୍ଶନ କାର୍ଯ୍ୟକ୍ରମ। ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଠାରେ ଏହି ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏଥିରେ ସାଇ ସୁଦର୍ଶନ ସେବା ସଙ୍ଗଠନର ମୁଖ୍ୟ ନୃସିଂହ ନାଥ,ଗଞ୍ଜାମ ଜିଲ୍ଲା ଆଧ୍ୟାତ୍ମିକ ସଂଯୋଜକ ଟି. ସୁଦର୍ଶନ ପାତ୍ର, ଜିଲ୍ଲା ସେବା ସଂଯୋଜକ ଶିବ ନାହାକ,ଜିଲ୍ଲା ସଭାପତି-୨ ଦେବାଶିଷ ମିଶ୍ର,ସମାଜସେବୀ ଶୂଳପାଣି ଶତପଥି ଓ ଶିକ୍ଷାବିତ ଅଜିତ କୁମାର ଶତପଥି ଯୋଗ ଦେଇ ଚକ୍ଷୁର ଉପାଦେୟତା, ଚକ୍ଷୁ ସମସ୍ୟାର ସମାଧାନ, ମୃତ ବ୍ୟକ୍ତିଙ୍କ ଚକ୍ଷୁଦାନ ଓ ଦୃଷ୍ଟିହୀନଙ୍କୁ ସାହାଯ୍ୟ କରିବା ଏବଂ ଆଗାମୀ ଦିନରେ କିଭଳି ଅଧିକ ଚକ୍ଷୁଦାତା ସୃଷ୍ଟି କରିବା ଉପରେ ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସାବିତ୍ରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟରାମ ସେନାପତିସଞ୍ଝାଳନ କରିଥିବା ବେଳେ ଯୋଜନା ଅଧୀକାରୀଣଜୟଲକ୍ଷ୍ମୀ ରଥ ସହଯୋଗ କରିଥିଲେ ।ଆବାହକ ସ୍ବରାଜ୍ୟ ପାତ୍ର,ବିରଞ୍ଚ ନାରାୟଣ ଆଚାର୍ଯ୍ୟ,ଉର୍ମିଳା ପାଟଯୋଗୀ,ପ୍ରଭାତି ମିଶ୍ର,ସସ୍ମିତା ମିଶ୍ର,ମିସ୍ ଶ୍ରେୟା ପ୍ରଧାନ, ପ୍ରେମାନନ୍ଦ ମଲ୍ଲିକ,ଓ ପଙ୍କଜ ଦାଶ ସମେତ ଅଧ୍ୟାପକଅଧ୍ୟାପିକାସମେତ  କର୍ମଚାରୀ ଓ  ବହୁ ଛାତ୍ରୀ ଉପସ୍ଥିତ ଥିଲେ । କିଛି ଛାତ୍ରୀ ଉତ୍ସlହିତ ହୋଇ ଚକ୍ଷୁଦାନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

Nalco
Leave A Reply