ଭଂଜନଗର – ଗାଁ ନିକଟ କେନାଲ ପାଶ୍ୱର୍ରେ ଥିବା ଏକ ଗଛରୁ ବିଧବାଙ୍କ ଝୁଲନ୍ତା ମୃତଦେହ ଉଧାର । ଗାଙ୍ଗପୁର ଥାନା ଅନ୍ତର୍ଗତ ବରପଲ୍ଲୀ ଗାଁ ନିକଟ ରୁ ଝୁଲନ୍ତା ମୃତଦେହ କୁ ଉଧାର କରିଛି ପୋଲିସ । ମୃତ ମହିଳା ଜଣକ ହେଲେ , ସେହି ଗାଁ ର ଶୈଳବାଳା ନାୟକ । ଗତ ୬ ତାରିଖ ରାତିରୁ ଶୈଳବାଳା ନିଖୋଜ ଥିବା ନେଇ , ତାଙ୍କ ପୁଅ ଗାଙ୍ଗପୁର ଥାନା ରେ ଲିଖିତ ଏତଲା ଦେଇଥିଲେ । ଏନେଇ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିବା ମଧ୍ୟ କୁହାଯାଉଛି । ତେବେ ଶନିବାର ସକାଳୁ , ଗାଁ ନିକଟ କେନାଲ ପାଶ୍ୱର୍ରେ ଥିବା ଏକ ଗଛରେ , ଶୈଳବାଳା ଙ୍କ ମୃତଦେହ ଝୁଲି ରହିଥିବା କିଛି ଲୋକ ଏବଂ ପରିବାର ଲୋକେ ଦେଖିଥିଲେ । ଗାଙ୍ଗପୁର ପୋଲିସ ରେ ଖବର ଦେବାପରେ , ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ମୃତ ମହିଳା ଙ୍କ ପୁଅ ଗଙ୍ଗାଧର ନାୟକ ର ଏତଲା ଆଧାରରେ , ଆତ୍ମହତ୍ୟା କରିଥିବା ନେଇ , ଗାଙ୍ଗପୁର ଥାନା କେଶ୍ ନମ୍ବର ୨୧/୨୨ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ନେଇ ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଗତ ୬ ମାସ ପୂର୍ବରୁ ଶୈଳବାଳା ଙ୍କ ସ୍ବାମୀ ଖଦାଳ ନାୟକଙ୍କ ମୃତ୍ୟୁ ହୋଇଥିଲା ।
