Odisha news

ଭଞ୍ଜନଗରରେ ଦିନକରେ ସର୍ବାଧିକ ୨୫ ପଜିଟିଭ୍ ସହ ମୋଟ ୭୯ ସଂକ୍ରମିତ

0

ଭଞ୍ଜନଗର : ଭଞ୍ଜନଗରରେ ଦିନକରେ ରେକର୍ଡ ପରିମାଣର ସର୍ବାଧିକ ୨୫ ପଜିଟିଭ୍  ଚିହ୍ନଟ ହୋଇଛି । ଆଜିସୁଦ୍ଧା ଭଞ୍ଜନଗର ବ୍ଲକ ଓ ଏନଏସି ଅଂଚଳରେ ମୋଟ  ୭୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗୋଟିଏ ଦିନରେ ଏତେ ପରିମାଣର ସଂକ୍ରିମିତ ଚିହ୍ନଟ ହେବା ପ୍ରଶାସନର ଚିନ୍ତା ବଢାଇ ଦେଇଛି । ଭଞ୍ଜନଗର ବ୍ଲକର ଗୋଲାପଡା, ଲାଲସିଂ, ଗାମୁଣ୍ଡି, ବୁଦୁଲି ଓ ବାଉଁଁଶଲୁଣ୍ଡି ଇଲାକାରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜିସୁଦ୍ଧା ବ୍ଲକ ଇଲାକାରୁ ମୋଟ ୧୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବିଡିଓ ଅନୀଲ କୁମାର ସେଠୀ ସୂଚନା ଦେଇଛନ୍ତି । ସେହିପରି ଭଞ୍ଜନଗରରୁ ସର୍ବାଧିକ ୧୩ଜଣ କରୋନା ଯୋଦ୍ଧା ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏନଏସି ଇଲାକାରୁ ଆଜି ସର୍ବାଧିକ ୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରଥମଥର ପାଇଁ ସହରର କେତେକ ସାହିଗଳିରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଏହା ସହରବାସୀଙ୍କ ଚିନ୍ତା ବଢାଇ ଦେଇଛି । ସବୁଠାରୁ ଚିନ୍ତାଜନକ କଥାହେଲା ଚିହ୍ନଟ ହୋଇଥିବା ସମସ୍ତେ ସ୍ଥାନୀୟ ସଂକ୍ରମିତ । କରୋନା ଯୋଦ୍ଧାଙ୍କ ମଧ୍ୟରେ ଜଣେ ଡାକ୍ତର ପଜିଟିଭ୍ ଆସିଥିବାବେଳେ ୧୧ଜଣ ପୁଲିସ ଓ ଜଣେ ସ୍ୱାସ୍ଥ୍ୟ କର୍ମଚାରୀ ରହିଥିବା ଜଣାପଡିଛି ।

ସେହିପରି ଭଞ୍ଜନଗର ସବଡିଭିଜନ୍ରେ ଗୁରୁବାର ଗୋଟିଏ ଦିନରେ ୯୪ ପଜିଟିଭ୍ ବାହାରିଥିବାବେଳେ ଏଥିରୁ ସର୍ବାଧିକ ଆକ୍ରାନ୍ତ ଖୋଦ ଭଞ୍ଜନଗରରୁ ବାହାରିଛି । ସେହିପରି ଶେରଗଡ ବ୍ଲକରୁ ଦିନକରେ ୨୧ ପଜିଟିଭ୍ ବାହାରିଥିବାବେଳେ ଆସିକାରୁ ୧୫, ବେଲଗୁଣ୍ଠାରୁ ୧୩, ବୁଗୁଡାରୁ ୪, ସୋରଡାରୁ ୯, ଧରାକୋଟରୁ ୬ ଓ ଜଗନ୍ନାଥପ୍ରସାଦରୁ ମାତ୍ର ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭଞ୍ଜନଗର ମେଡିକାଲରୁ ଜଣେ ଡାକ୍ତର କରୋନା ଚିହ୍ନଟ ହେବାପରେ ଉକ୍ତ ସବଡିଭିଜନ୍ ହସ୍ପିଟାଲକୁ ସଂପୂର୍ଣ୍ଣ ସାନିଟାଇଜ କରାଯାଇଛି । ଲେବର ରୁମ୍ ଓ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ୱାର୍ଡକୁ ସଂପୂର୍ଣ୍ଣ ବିଶୋଧନ କରାଯିବାପରେ ତାକୁ ୨୪ ଘଣ୍ଟାପାଇଁ ବନ୍ଦ କରିଦିଆଯାଇଛି । ୨୪ ଘଣ୍ଟା ପରେ ତାକୁ ପୁନଃ ବିଶୋଧନ କରାଯିବାପରେ ସ୍ୱାଭାବିକ ଭାବେ ଉଭୟ ଲେବର ରୁମ୍ ଓ ୱାର୍ଡ କାର୍ଯ୍ୟ କରିବବୋଲି ମେଡିକାଲ ସୁପରିଟେଣ୍ଡଣ୍ଟ ଡାକ୍ତର ସିତାଂଶୁ ଶେଖର ଶତପଥୀ ସୂଚନା ଦେଇଛନ୍ତି । ଅପରପକ୍ଷରେ ସହରର ବିଭିନ୍ନ ଗଳିକନ୍ଦିରୁ ଏବେ କରୋନା ପଜିଟିଭ୍ ବାହାରିବା ଚିନ୍ତା ବଢାଇଥିବାବେଳେ କଣ୍ଟେନମେଣ୍ଟ ଜୋନ ନିକଟ ଭବିଷ୍ୟତରେ ହଟିବା ଭଳି ମନେହେଉନାହିଁ । ତେବେ ସାମାଜିକ ଦୂରତା ରକ୍ଷା କରିବାସହ ପ୍ରତ୍ୟେକ ବ୍ୟକ୍ତି ଘରେ ସୁରକ୍ଷିତ ରହିବା ଓ ଆବଶ୍ୟକସ୍ଥଳେ ବାହାରକୁ ଆସିଲେ ମାସ୍କ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେବାକୁ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ପୁଣିଥରେ ଅପିଲ କରିଛନ୍ତି ।

Nalco

Leave A Reply