Odisha news

ବନ୍ଦ ଘର ଭିତରୁ ମହିଳାଙ୍କ ମୃତଦେହ ଉଧାର , ହତ୍ୟା ସନ୍ଦେହ ।

0
ଭଞ୍ଜନଗର–ଘରର ବାହାର ପଟୁ ତାଲା ପଡ଼ିଥିଲା । ଫୋନ୍ ସୁଇଚ୍ ଅଫ୍ ଥିଲା । ଶିକ୍ଷକ ଝିଅ ଘରକୁ ଫେରି ଘରେ ଏକା ଥିବା ମା’ଙ୍କୁ ଡାକିଥିଲେ ।  କିଛି ଉତ୍ତର ନମିଳିବାରୁ , ତାଲା ଭାଙ୍ଗି ଘରେ ଦେଖିବା ବେଳକୁ , ଘର ଭିତରେ ମା ର ମୃତଦେହ ପଡ଼ିରହିଛି ।  ତାରାସିଙ୍ଗି ଥାନା ଅନ୍ତର୍ଗତ , ଅଢଙ୍ଗପାରି ଗାଁ ରେ ଦେଖିବାକୁ ମିଳିଛି ଏଭଳି ଘଟଣା । ମୃତ ମହିଳା ଜଣକ ହେଲେ ସେହି ଗାଁ ର ଶ୍ରୀମତୀ ନାୟକ(୫୬) ।  ଏହି ଖବର ଜଣା ପଡ଼ିବା ପରେ ତାରାସିଙ୍ଗି ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ ଓ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ତେବେ ଏହା ହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ , କିଏ ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟାଇଛି  ସେ ସଂକ୍ରାନ୍ତରେ ପୋଲିସ ତଦନ୍ତ ଜାରି ରଖିଛି । ତେବେ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଥିବା ବେଳେ , ବୁଧବାର ଦିନ ସାଇଣ୍ଟିଫିକ୍ ଟିମ୍ ସହାୟତା ରେ ତଦନ୍ତ କରାଯିବ ବୋଲି , ଥାନାଧିକାରୀ ଶ୍ରୀ ଦାସ କହିଛନ୍ତି ।
Nalco
Leave A Reply