Odisha news

ନାବାଳିକାକୁ ଦୁଷ୍ମର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

0

ଭଞ୍ଜନଗର— ନାବାଳିକାକୁ ଦୁଷ୍ମର୍ମ ଅଭିଯୋଗରେ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ  ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ସୁଚନା ଦେଇଛନ୍ତି ।ଅଭିଯୁକ୍ତ ଯୁବକ ହେଲେ ତାରସିଂ ଥାନା ଅନ୍ତର୍ଗତ ମସ୍ମାବାଡି ଗ୍ରାମର ରାଜେଶ ନାଇକ । ଖବର ନେବାରେ ମସ୍ମାବାଡି ଗ୍ରାମର ଜୈନିକ ବ୍ୟକ୍ତିଙ୍କ ନାବାଳିକା ଘରେ ଏକୁଟିଆ ଥିବା ଦେଖି ରାଜେଶ ନାବାଳିକାଙ୍କ ଘରେ ପଶି ନାବାଳିକାକୁ ଦୁଷ୍ମର୍ମ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।ଏହି ଘଟଣାକୁ ନେଇ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର  ତାରସିଂ ଥାନାରେ  ରାଜେଶଙ୍କ ବିରୁଦ୍ଧରେ ତାରସିଂ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତ୍ତି କରି ତାରାସିଂ ଥାନା ୨୧୨/୨୨ରେ ପେକ୍ସ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ କହିଛନ୍ତି ।

Nalco
Leave A Reply