Odisha news

ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ଫରେଷ୍ଟ କର୍ମଚାରୀଙ୍କ ମୃତ

0

ଭଞ୍ଜନଗର–ଦକ୍ଷିଣ ଘୁମୁସର ବନଖଣ୍ଡ -ବୁଗୁଡା  ବନାଞ୍ଚଳ ଅଧିନ ବାଲିପଦର ବିଟ୍ ରେ କାର୍ଯ୍ୟରତ  ମହିଳା ବନରକ୍ଷୀ ଅସ୍ମିମା ବିବି ବୁଗୁଡା ମିଟିଙ୍ଗ ସାରି ସ୍ମୁଟି ଯୋଗେ ବାଲିପଦର ଆସିବା ବେଳେ ବଡନଦୀ ବିଜ୍ ଉପରେ ବିପରୀତ ଦିଗରୁ ଏକ ଟ୍ରାକ୍ଟର  ଦୁତଗତିରେ ଆସି ଭାରସାମ୍ୟ ହରାଇ ବନରକ୍ଷୀ ବିବିକୁ ଧକ୍କା ଦେବାରୁ ଘଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ବୁଗୁଡ଼ା ଡାକ୍ତରଖାନାରେ ଭତ୍ତି କରାଯାଇଥିଲା ।ସେଠାରେ ଡାକ୍ତର   ତାଙ୍କୁ ମୃତ୍ୟୁ ମୃତ୍ୟୁ ଘୋଷଣା କର ଥିଲେ।ଏହି ଖବର ବାଲିପଦର ପୁଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଜିମୃତ ଅସ୍ମିମାର ଶବକୁ ଜବତ କରିବା ସହ ତଦନ୍ତକରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠା ଯାଇଥିଲା।
ମହିଳା ଜଣକ ଭଞ୍ଜନଗର ଅଞ୍ଚଳର ହୋଇଥିବା ବେଳେ ଗତ ତିନି ମାସ ହେଲା ବାଲିପଦର ବିଟ କୁ ବଦଳି ହୋଇ ସେଠାରେ କାର୍ଯରତ କରିଆସୁଥିଲେ।ସେ ଜଣେ ମିଷ୍ଠ ଭାସି ମହିଳା ଥିଲେ ତେଣୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଭଞ୍ଜନଗର ମେଡ଼ିକାଲ ପରିସରରେ ବହୁ ବନକର୍ମଚାରୀ ଓ ବନଅଧିକାରୀ  ଉପସ୍ଥିତ ଥିଲେ।

Nalco
Leave A Reply