Odisha news

ଭଞ୍ଜନଗର : ୩୧ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

0

ଭଞ୍ଜନଗର,ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତକୁଲାଙ୍ଗେଙ୍କ ନିନ୍ଦେର୍ଶ ଗଞ୍ଜାମ ଅବକାରୀ ଆରକ୍ଷୀ ଅଧୀକ୍ଷକ ରାଜେନ୍ଦ୍ରଭାତ୍ରୀଙ୍କ ନେତୃତର ଭଞ୍ଜନଗର ଅବକାରୀ ଥାନା ଅଧିକାରୀ ରମ୍ଭା ବାଗଙ୍କ ସହଯୋଗରେଚଢଉ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ପୁଲିସ କାର ସହ ଜଣେ ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ପ୍ରକାରେ ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଅଂଚଳ ର ଶମ୍ଭୁ ଶଙ୍କର ଦିଗାଲ ନାମକ ଜଣେ ଯୁବକକୁ ଅବକାରୀ ପୁଲିସ ଏକ ଗଞ୍ଜେଇ ଭର୍ତ୍ତି କାର ସହ ଗିରଫ କରି ଛି। ବାଲିଗୁଡାରୁ କାରଟି ଭୁବନେଶ୍ୱର ଯାଉଥିବା ବେଳେ ସୋରାଦେବୀ ମନ୍ଦିର ନିକଟରେ ଅବକାରୀ ପୁଲିସ ଉକ୍ତ ଗାଡିକୁ ଅଟକାଇ ଥିଲେ। ପରେ ଏଥିରେ ଗଞ୍ଜେଇ ଥିବା ଦେଖି ଶମ୍ଭୁ ଶଙ୍କର ଦିଗାଲ ଙ୍କୁ ଗିରଫ କରି ଥିଲେ। ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉ ରେ ଅବକାରୀ ଥାନା ଅଧିକାରୀ ରମ୍ଭା ବାଗ ଙ୍କ ସମେତ ରାମେଶ୍ବର ବେହେରା,ସନାତନ ନାହକ, ଜଗନ୍ନାଥ ମହାପାତ୍ର, କୃଷ୍ଣ ଚନ୍ଦ୍ର ସେଠୀ ଓ ସୁବଳ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply