Odisha news

ଧର୍ମଶାଳା :ଭାଲୁଖାଇ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ

0

ଧର୍ମଶାଳା: ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚହଟା ପଂଚାୟତ ଡଭାଲୁଖାଇ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଆଜି ପୁର୍ବାହ୍ନରେ ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଓ ମାକ୍ସ ବଂଟନ କରାଯାଇଛି । କରୋନା ପାଇଁ ଲୋକେ ଲକଡାଉନରେ ରହି ଖାଦ୍ୟ ନପାଇ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ପକ୍ଷରୁ ଆଜି ଆୟୋଜିତ ଏହି ବଂଟନ କାର୍ଯ୍ୟକ୍ରମରେ ଧର୍ମଶାଳା ତହସିଲଦାର ସେରୋଜ କୁମାର ପଣ୍ଡା ଓ ଥାନା ଅଧିକାରୀ ସରୋଜ କୁମାର ସାହୁ ଉପସ୍ଥିତ ରହି ଖାଦ୍ୟ ବଂଟନ କରିଥିଲେ । ପ୍ରଥମେ ମନ୍ଦିର ପରିସରରେ ଖାଦ୍ୟ ବଂଟନ ପ୍ରକ୍ରିଆ ଆରମ୍ଭ କରାଯାଇଥିଲା । ପରେ କୁମାରୀ ପଂଚାୟତରେ ଥିବା ଗରିବ ଲୋକମାନଙ୍କୁ ଖାଦ୍୍ୟ ପ୍ରଦାନ କରାଯାଇଥିଲା । ସେହିପରି ଏହି ବ୍ଲକ ମହିଶରା ପଂଚାୟତର ଦୌଲତପୁର ଗ୍ରାମରେ ବସବାସ କରୁଥିବା ଗରିବ ଆଦିବାସୀ ଶ୍ରେଣୀୟ ଲୋକମାନଙ୍କୁ ଚୁଢା, ଚିନି, ଅଟା, ବିସ୍କୁଟ ଆଦିଶୁଖିଲା ଖାଦ୍ୟ ବଂଟନ କରାଯିବା ସହ ସାବୁନ ଓ ମାକ୍ସ ବଂଟନ କରାଯାଇ ଏହାର ବ୍ୟବହାର ସମ୍ପର୍କରେ ସଚେତନତା କରାଯାଇଥିଲା । ଜଗନ୍ନାଥ ମନ୍ଦିର କମିଟିର ସଭାପତି ଇନ୍ଦ୍ରମଣି ମହାନ୍ତି, ସମ୍ପାଦକ ପ୍ରସନ୍ନ କୁମାର ବରାଳ, ସଭ୍ୟ ସୁନିଲ କୁମାର ରାଉତରାୟ, ଅନିରୁଦ୍ଧ ରାଉତ, ବାବୁଲି ସର ପ୍ରମୁଖ ଉପସ୍ଥିତ ରହି ଏହି କା୍ର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply