ଭଦ୍ରକ ::ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିସିାଳୟ ପରିସରରେ ଥିବା ସିଡିଏମଓଙ୍କ ଅଫିସ ସମ୍ମୁଖରେ ଆଜି ନାହିଁ ନଥିବା ଭିଡ ଲାଗିଥିଲା । ଶହଶହ ସଂଖ୍ୟାରେ ବହୁ ପୁରୁଷ-ମହିଳାମାନେ ଏକତ୍ରିତ ହୋଇ ସାମାଜିକ ଦୂରତାକୁ ଫୁ କରି ଛିଡା ହୋଇଥିଲେ । କେହି ବାରଣ ବି କରୁନଥିଲେ । ଘଟଣା ଟି ହେଉଛି: କୋଭିଡ୍ ପାଇଁ ୫ଟି ଏଏନଏମ ପଦବୀ ଲାଗି ନିଯୁକ୍ତି ଆହ୍ୱାନ କରାଯାଇଥିଲା । ଏହି ଇଣ୍ଟରଭୁ୍ୟ ଲାଗି ଶହଶହ ସଂଖ୍ୟାରେ ଆବଦେନକାରୀ ଓ ସେମାନଙ୍କ ସମ୍ପକୀୟ ରୁଣ୍ଡ ହୋଇଥିଲେ ।
ତେବେ ଜିଲ୍ଲା ହସ୍ପିଟାଲ ଏବେ ହଟ୍ସ୍ପଟ ଅଞ୍ଚଳ ଘୋଷଣା ହୋଇନଥିଲେ ବି ହେବାକୁ ଯାଉଛି । ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ପରେ ଜଣେ ଷ୍ଟାଫ୍ ନର୍ସ ବି ଆକ୍ରାନ୍ତ ବୋଲି ଜଣାଯାଇଛି । ଏପରିସ୍ଥଳେ ଖୋଦ ସରକାରୀ ବାବୁମାନେ ସାମାଜିକ ଦୂରତାକୁ ଉଲ୍ଲଘଂନ କରାଇଲେ କେମିତି(?)ବୋଲି ଅଭିଯୋଗ ହୋଇଛି । ସାଧାରଣ ବ୍ୟବସାୟୀ ଟି ସାମାଜିକ ଦୂରତାକୁ ଉଲ୍ଲଘଂନ କଲେ ଫାଇନ୍ ଆଦାୟ ହେଉଛି ଓ ସିଲ୍ କରାଯାଉଛି । ଏପରିସ୍ଥଳେ ଭଦ୍ରକ ସିଡିଏମଓଙ୍କ ଅଫିସ ଆଗରେ ଆଜି ହୋଇଥିବା କୋଭିଡ୍ ନିୟମ ଉଲ୍ଲଘଂନ ପାଇଁ କାହାକୁ ଦାୟୀ କରାଯିବ ଓ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୁଦ୍ଧିଜୀବୀ ମହଲ ମତପ୍ରକାଶ କରିଛି ।