Odisha news

ବାତ୍ୟା ଆଶି୍ରତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବନ୍ତ: ବାତ୍ୟା ‘ୟାସ’ ପରିପେକ୍ଷୀରେ ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଇଛାପୁର ବିଦ୍ୟାଳୟରେ ଆଶ୍ରୟ ନେଇଥିବା ପ୍ରାୟ ୪୦ ଜଣ ଲୋକଙ୍କୁ ଶୁଖିଲା ଖାଦ୍ୟ, ମହମବତୀ, ପାଣି ବୋତଲ ପ୍ରଦାନ କରାଯାଇଛି । ସମାଜସେବୀ ଶ୍ରୀକାନ୍ତ ସାହୁ, ଅନାଦି ପୃଷ୍ଟି, ବସନ୍ତ ନାଥ ପ୍ରମୁଖ ଏହି ସହାୟତା କରିଛନ୍ତି । ଉକ୍ତ କାର୍ଯ୍ୟ ପାଇଁ ଗ୍ରାମବାସୀ ମାନେ ଭୂୟସୀ ପ୍ରଶଂସା କରିଛନ୍ତି । ସେହିପରି ଟିଲୋ ପଞ୍ଚାୟତ ପୋଡାପାଟଣା ୟୁଜିଏମଇ ବିଦ୍ୟାଳୟରେ ଆଶୟ ନେଇଥିବା ଶତାଧିକ ଲୋକଙ୍କୁ ସମିତି ସଭ୍ୟା ସୁପ୍ରଭା ଦାସ ଚୂଡା, ବିସ୍କୁଟ ଓ ଅନ୍ୟାନ୍ୟ ଶୁଖିଲା ସାମଗ୍ରୀ ବଣ୍ଟନ କରିଥିବା ଜଣାଯାଇଛି ।

IEC 2 years

Comments are closed.