Odisha news

ବାତ୍ୟାରେ ଉପୁଡିଲା ମା ଚେକାଆସାନ୍ତାଣି ବଟବୃକ୍ଷ : ବିଦୁ୍ୟତ ଖୁଣ୍ଟ ଭାଙ୍ଗିଲା ଘର

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଅଞ୍ଚଳରେ ବାତ୍ୟା ‘ୟସ’ ପ୍ରଭାବରେ ବହୁ ଗଛ ଓ ବିଦୁ୍ୟତ ଖୁଣ୍ଟ ଉପୁଡି ପଡିଥିବା ବେଳେ ବହୁ କଚାଘର ଭାଙ୍ଗିପଡିଛି । ସଦର ଦକ୍ଷିଣବାଡ ପଞ୍ଚାୟତର ବଣସାହି ଗ୍ରାମ ନିକଟରେ ଥିବା ପ୍ରତକ୍ଷଦେବୀ ମା’ ଚେକା ସାଆନ୍ତାଣି ପୀଠ ସଂଲଗ୍ନ ବହୁ ପୁରାତନ ବଟବୃକ୍ଷ ବାତ୍ୟାରେ ଧରାସାୟୀ ହୋଇଛି ।

ଶ୍ରଦ୍ଧାଳୁମାନେ ଏହି ବଟବୃକ୍ଷରେ ପୁରୁଷ ପୁରୁଷ ଧରି ବ୍ରତସୂତ୍ର ବାନ୍ଧି ନିଜର ମନସ୍କାମନା ପୂରଣ ପାଇଁ ମାନସିକ କରୁଥିଲେ । ମା’ଙ୍କ ପୂଜକ ମଧ୍ୟ ଏହି କଳ୍ପବଟକୁ ପୂଜା କରୁଥିଲେ । ଏବେ ଏହା ଉପୁଡିପଡିଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମନରେ ଦୁଃଖ ଭରିଦେଇଛି । ଏହାସହ ବ୍ଲକର ବିଭିନ୍ନ ଅଞ୍ଚଳରେ କଚାଘର ଭାଙ୍ଗିପଡିଛି । ବିଦୁ୍ୟତ ଖୁଣ୍ଟ ମଧ୍ୟ ଉପୁଡିପଡିଛି । ଡାଳୁଅ ଧାନ ଓ ରବି ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଶୁକ୍ରବାର ସୁଦ୍ଧା କ୍ଷୟକ୍ଷତିର ପ୍ରାଥମିକ ଚିତ୍ର ସ୍ପଷ୍ଟ ହେବ ବୋଳି ପ୍ରାାସନ ସୂତ୍ରରୁ ପ୍ରକାଶ । ଫଟୋ- ଭଣ୍ଡାରିପୋଖରୀ ବଟବୃକ୍ଷ ।

Nalco

Comments are closed.