ତିହିଡିି :ତିହିଡି ବ୍ଲକର ବିଭିନ୍ନ ପଞ୍ଚାୟତରୁ ୧୨ଜଣ ବାହାର ରାଜ୍ୟ ଫେରନ୍ତା ତଥା ସନ୍ଦିଗ› ବ୍ୟକ୍ତିଙ୍କୁ କ୍ୱାରେନଟାଇମ୍ ରେ ରଖାଯାଇ କଟକ ମେଡିକାଲ ଦ୍ୱାରା ସେମାନଙ୍କ ରକ୍ତ ଓ କଫ ନମୂନା ସଂଗ୍ରହ ପରେ ଜିଲ୍ଲା ପ୍ରଶାସନର ଏହାକୁ ଗୁରୁତ୍ୱ ଦେଇଛି । ଘନଘନ ଜିଲ୍ଲାପାଳ, ଡିଆରଡିଏର ପିଡି, ଉପଜିଲ୍ଲାପାଳଙ୍କ ଗସ୍ତ ହେଉଥିବା ବେଳେ ଖୋଦ ଏସ୍ପି. ମଧ୍ୟ ତିହିଡି ଗସ୍ତ କରି ଅମାନିଆଙ୍କୁ ସାବାଡ କରୁଛନ୍ତି ନିଜ ହାତରେ । ମୋଟାମୋଟି ଭାବେ ତିହିଡି ଓ ଚାନ୍ଦବାଲିରେ ୨୪ ଜଣ ବ୍ୟକ୍ତିଙ୍କ ରକ୍ତ ନମୂନା ସଂଗ୍ରହ ହେଲା ପରେ ସାରା ଜିଲ୍ଲା ପ୍ରଶାସନର ଲକ୍ଷ୍ୟ ଭଦ୍ରକ-ଚାନ୍ଦବାଲି ରାଜପଥ ଉପରେ । ତିହିଡି ପୁଲିସ କେବଳ ତିହିଡି ବଜାର ନୁହଁ ୩୧ଟି ପଞ୍ଚାୟତରେ ୨ଟି ଗାଡି ଧରି ପଇଁତରା ମାରୁଛି । ଦୋଳସାହି ପରିବାହାଟ ଠାରୁ ପିରହାଟ ଯାଏଁ ରାତି ଦିନ ଏକ କରି ଏବେ ଅମାନିଆଙ୍କୁ ସାବାଡ କରିବା ଆରମ୍ଭ କରିଛି । ଅନେକ ଅମାନିଆ ଦୋକାନୀ ଯେଉଁମାନେ କି ଚାହା, ପାନ, କପଡା ଦୋକାନୀ ଗାଇଡଲାଇନକୁ ଫାଙ୍କି ଦୋକାନ ଖୋଲିଥିଲେ ସେମାନଙ୍କୁ ଗିରଫ କରାଗଲାଣି । ମାସ୍କ ପିନ୍ଧୁନଥିବା ବ୍ୟକ୍ତିଙ୍କୁ ଫାଇନ, ବିନା ହେଲମେଣ୍ଟରେ ବଜାରକୁ ଆସିବା ଫାଇନ, ବିନା କାରଣରେ ଲକଡାଉନ ଉଲଙ୍ଘନ କରି ପୁଲିସର ଅନୁରୋଧକୁ ଫାଙ୍କି ମୋଟରସାଇକେଲ ଧରି ବଜାରକୁ ଆସିବା ବାବଦରେ ଫାଇନ ଆଦିକୁ ମିଶାଇଲେ ଚଳିତ ଅପ୍ରେଲ ମାସରେ ତିହିଡି ପୁଲିସ ୪ ଲକ୍ଷ ୮ ହଜାର ଟଙ୍କା ଜୋରିମାନା ଆଦାୟ କରିଛି । ଏଥିରୁ ଏମ.ଭି. ଆଇନରେ ୨ ଲକ୍ଷ ୭୫ ହଜାର ଟଙ୍କା କଟାଯାଇଥିଲା ବେଳେ କରୋନା କୋଭିଡ ଆଇନରେ ୧ ଲକ୍ଷ ୩୩ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଜିଲ୍ଲାପାଳ ଓ ଏସ.ପି. ଙ୍କ ଗତକାଲି ନୂଆ ଟ୍ୱìଇଟ ପରେ ଆଜି ତିହିଡି ପୁଲିସ ମାଇକ ଯୋଗେ ବଜାର ଘାଟରେ ସୂଚନା ଦେଇଛନ୍ତି ଯେଉଁ ଅଟୋ ବିନା କାରଣରେ ବଜାରକୁ ଆସିବ ତାକୁ ଜବତ କରାଯିବା ଅଟୋମାନେ ରୋଗୀନେଇ ଡାକ୍ତରଖାନା ଆସିବା ବେଳେ ରୋଗୀ ଓ ଜଣେ ସମ୍ପର୍କୀୟ କେବଳ ସେଥିରେ ଆସିବାକୁ ସୁବିଧା ଦିଆଯିବ । ଆଜି ଦିନ ୧୦ଟା ପରିବର୍ତ୍ତେ ଆଉ ଘଣ୍ଟାଏ ବଢାଯାଇ ୧୧ଟା ପଯର୍ୟନ୍ତ କିଛି ଦୋକାନୀକୁ ଦୋକାନ ଖୋଲିବାକୁ ସମୟ ଦିଆଯାଇଥିଲା ।ସାରା ଜିଲ୍ଲାରେ ହଇଚଇ କରିଥିବା ବ୍ୟାଙ୍କ ପାସବୁକ୍ ଧାରୀ ବିଭିନ୍ନ ବ୍ୟାଙ୍କରେ ଯେଉଁ ଅଘୋଷିତ ଲମ୍ବା ଧାଡି କରୁଛନ୍ତି ତାହାକୁ ରୋକିବା ପାଇଁ ତିହିଡି ପୁଲିସ ଆଜି ବିଭିନ୍ନ ବ୍ୟାଙ୍କରେ ଚଢାଉ କରିଛି । ଗଦି, ପିରହାଟ, ଦୋଳସାହି, ତିହିଡିୟୁକୋ, ତିହିଡି ଏସବିଆଇ ଆଦି ବ୍ୟାଙ୍କ ହିତାଧିକାରୀମାନଙ୍କୁ ସମଦୂରତାରେ ରଖାଇ ଲାଇନ କରାଇଥିଲେ ।