Odisha news

ଗେଲପୁର ପଞ୍ଚାୟତବାସୀ “କରୋନା’ ଭୟ : ୬ଟି କରୋନା ପଜିଟିଭ୍ ଚିହ୍ନଟ ପରେ ସାନିଟାଇଜିଂ ନାହିଁ କି ସ୍ୱାବଟେଷ୍ଟ ହେଉନି

0

ଭଦ୍ରକ :ଭଦ୍ରକ ସହରାଞ୍ଚଳ ଉପକ ଗେଲପୁର ପଞ୍ଚାୟତ ଅଧିବାସୀମାନେ ଏବେ “କରୋନା’ ଭୟରେ ଆତଙ୍କିତ । ଏହି ପଞ୍ଚାୟତର-ନଳାଙ୍ଗ, ପ୍ରାଚୀନଗର, ଆରଡିଛକ(ଶ୍ରୀରାମମାର୍ଗ), ସାବିତ୍ରୀନଗର ଓ ଗୋପବନ୍ଧୁପୁର ଅଞ୍ଚଳରେ ୬ଟି “କରୋନା’ ପଜିଟିଭ୍‍ କେଶ ବାହାରିଛି । ପ୍ରଶାସନ ନିର୍ଦ୍ଦେଶରେ ବ୍ଲକ ପ୍ରଶାସନ ପକ୍ଷରୁ ଏହି ସବୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ବି ଘୋଷଣା ହୋଇଛି । ଏହି ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ସୁବ୍ରତ ରାଉତ ଓ ସମିତିସଭ୍ୟ ମଣ୍ଟୁ ପରିଜାଙ୍କ ନେତୃତ୍ୱରେ ଦୋକାନବଜାରକୁ ବନ୍ଦ ବି କରାଯାଇଛି ।

ଅନ୍ୟପକ୍ଷେ ଏହି ପଞ୍ଚାୟତ ଅଧିନରେ ସାମରାଇପୁର ଅଞ୍ଚଳରେ ଥିବା ପ୍ରମୁଖ ଦୋକାନ ଗୁଡିକୁ ପୌରପାଳିକା ପକ୍ଷରୁ ବନ୍ଦ କରାଯାଇଛି । ହେଲେ ଦୁର୍ଭାଗ୍ୟର କଥା ଆଜି ପର୍ଯ୍ୟନ୍ତ ନା ପୌର କର୍ତ୍ତୃପକ୍ଷ ନା ବ୍ଲକ ପ୍ରଶାସକ ଏହି ପଞ୍ଚାୟତରେ ସାନିଟାଇଜିଂ ଥରୁଟିଏ ବି କରିନାହାନ୍ତି । ବାରମ୍ବାର ପଞ୍ଚାୟତ ପ୍ରତିନିଧି ଓ ସ୍ଥାନୀୟ ଅଞ୍ଚଳବାସୀମାନେ ଦାବି କରିବା ସତ୍ତେ୍ୱ କେହି ସେମାନଙ୍କ କଥାକୁ ଗୁରୁତ୍ୱ ଦେଉନାହାନ୍ତି । ଆଶ୍ଚର୍ଯ୍ୟର କଥା ପଜିଟିଭ୍‍ ଚିହ୍ନଟ ହୋଇଥିବା ଲୋକଙ୍କ ପରିବାର ବର୍ଗଙ୍କ ସ୍ୱାବ ପରୀକ୍ଷା ମଧ୍ୟ କରାଯାଇନି । ଯାହାକୁ ନେଇ ଭୟ ଓ ଅସନ୍ତୋଷରେ ଗେଲପୁର ବାସୀମାନେ ରହିଛନ୍ତି

IEC 2 years
Leave A Reply