Odisha news

ଭଦ୍ରକ : ୬୭ ପ୍ରତିଶତ ଯୁବଗୋଷ୍ଠୀଙ୍କୁ ଆକ୍ରାନ୍ତ କରିଛି “କରୋନା’ , ମହିଳା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ପ୍ରତିଶତ ଓ ପୁରୁଷ ଆକ୍ରାନ୍ତଙ୍କ ସଂଖ୍ୟା ୮୬ପ୍ରତିଶତ

0

ଭଦ୍ରକ,(ଉମାକଲ୍ୟାଣ ମହାପାତ୍ର):ବିଶ୍ୱ ମହାମାରୀ “କରୋନା’ସଂକ୍ରମଣରେ ଭଦ୍ରକ ଜିଲ୍ଲାରେ ଆଜିସୁଦ୍ଧା ୬୨୭ଜଣ ଆକ୍ରାନ୍ତ(ପିଜିଟିଭ୍‍)ହେଲେଣି । ଆଉ ୨ଜଣଙ୍କର ବି ମୃତୁ୍ୟ ଘଟିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ଏହି ଯେ: ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଯୁବଗୋଷ୍ଠୀଙ୍କୁ “କରୋନା’ଅଧିକ ଭାବେ ଆକ୍ରାନ୍ତ କରିଛି ।

ଯଦିଓ ବୟସ୍କ ଓ ଶିଶୁମାନଙ୍କୁ ଅଧିକଭାବେ ସତର୍କ ରହିବାକୁ ସରକାର ପରାମର୍ଶ ଦେଉଥିବା ବେଳେ ଭଦ୍ରକ ଜିଲ୍ଲାରେ କିନ୍ତୁ ଯୁବଗୋଷ୍ଠୀ ଅଧିକଭାବେ ଆକ୍ରାନ୍ତ ହେବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ଜିଲ୍ଳା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ସର୍ଭେକ୍ଷଣ ରିପୋର୍ଟ ଅନୁଯାୟୀ: ଜିଲ୍ଲାରେ ୦ ରୁ ୧୪ ବର୍ଷ ମଧ୍ୟରେ ୨ପ୍ରତିଶତ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୪ରୁ ୪୦ବର୍ଷ ମଧ୍ୟରେ ସର୍ବାଧିକ ୬୭ପ୍ରତିଶତ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ୪୧ରୁ ୬୦ବର୍ଷ ମଧ୍ୟରେ ୨୬ ପ୍ରତିଶତ ଓ ୬୧ରୁ ଅଧିକ ବୟସର ୫ପ୍ରତିଶତ ଲୋକଙ୍କୁ “କରୋନା’ଆକ୍ରାନ୍ତ କରିଛି ।

ଅନ୍ୟପକ୍ଷରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ୮୬ପ୍ରତିଶତ ପୁରୁଷ ଆକ୍ରାନ୍ତ ହୋଇଥିବା ବେଳେ ୧୪ପ୍ରତିଶତ ମହିଳାଙ୍କୁ କରୋନା ଆକ୍ରାନ୍ତ କରିଛି । ଉଦବେଗର ବିଷୟ ଏହି ଯେ: ଜିଲ୍ଲା ତଥା ଭଦ୍ରକ ସହର ଓ ସହ ଉପକ=ରେ ଏବେ ଲୋକାଲ କଣ୍ଟାକଫ ବା ସ୍ଥାନୀୟ ସଂକ୍ରମଣ ହାର ବଢିବାରେ ଲାଗିଛି । ଆଜି ୨୦ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨ଜଣ ସ୍ଥାନୀୟ ସଂକ୍ରମଣରେ ଶିକାର ହୋଇଥିବା ବେଳେ ଭଦ୍ରକ ସହରାଞ୍ଚଳର ଓ୍ୱାର୍ଡ ନଂ-୩, ୫, ୭, ୯, ୧୧ ଓ ୧୭ରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି

IEC 2 years
Leave A Reply