Odisha news

ନା ଅଛି ଫଳକ, ନା ଯାଉଛନ୍ତି ଯନ୍ତ୍ରୀ : ଅତି ନିମ୍ନମାନରେ ଚାଲିଛି ଡ୍ରେନ କାର୍ଯ୍ୟ

0

ଭଦ୍ରକ :କୋଭିଡ ପରିସ୍ଥିତି ନିୟନ୍ତ୍ରଣ ଲାଗି ଶାସନ-ପ୍ରଶାସନ ବ୍ୟସ୍ତ ଥିବାର ସୁଯୋଗ ନେଇ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଡ୍ରେନ୍‍ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନରେ ହେଉଛି । ଭଦ୍ରକ ସହରାଞ୍ଚଳର ନେହେରୁ ଷ୍ଟାଡିୟମରୁ ବନ୍ତଛକ ଫ୍ରେଣ୍ଡସ୍‍ କଲୋନୀ ଯାଏଁ ଡ୍ରେନ କାମ ଚାଲିଛି । ଏହି କାମ ଡ୍ରେନେଜ ବିଭାଗ କରୁଥିବା ନେଇ ଶୁଣାଯାଉଥିଲେ ବି କାମ ବାବଦକୁ କୌଣସି ଫଳକ ମରାଯାଇନାହିଁ ।

ଫଳରେ କେତେ ଟଙ୍କାର କାମ, କେଉଁ ଏଜେନ୍ସି କରୁଛି, କି କି ପ୍ରକାର କାମ ପାଇଁ ଏଗ୍ରିମେଣ୍ଟ ହୋଇଛି ଆଦି ସୂଚନା ପାଇବାରୁ ଲୋକେ ବଞ୍ଚିତ ହେଉଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି କାମକୁ ନେଇଥିବା ଠିକାଦାର ତାଙ୍କ ମର୍ଜିରେ କରୁଥିବା ବେଳେ ଡ୍ରେନ ଓ୍ୱାଲର କଂକ୍ରିଟ୍‍ ସଠିକ୍‍ ଭାବେ ହେଉନାହିଁ । ଅଧିକାଂଶ ସ୍ଥାନରେ ରଡ୍‍ ଦେଖାଯାଉଛି । କାର୍ଯ୍ୟସ୍ଥଳକୁ କୌଣସି ବିଭାଗୀୟ ଯନ୍ତ୍ରୀଙ୍କ ପାଦ ପଡୁନଥିବା ଅଭିଯୋଗ ହୋଇଛି । ଏହି ନିମ୍ନମାନର କାମର ଭବିଷ୍ୟତ କେତେ ଦିନ ଏଥିନେଇ ଅଞ୍ଚଳବାସୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରଶାସନ ତୁରନ୍ତ ଏଦିଗରେ କ୍ଷେତ୍ରୀୟ ତଦନ୍ତ କରିବାକୁ ଦାବି ହେଉଛି ।

Nalco

Leave A Reply