Odisha news

ଭଦ୍ରକ ଜିଲ୍ଲାରେ ଆଉ ୭ ନୂଆ କରୋନା ଆକ୍ରାନ୍ତ ଚିିହ୍ନଟ, ଆକ୍ରାନ୍ତ ସଂଖ୍ୟା ୩ଶହ ଟପିଲା : କର୍ମଚାରୀ ଆକ୍ରାନ୍ତ, ଭଦ୍ରକ ପୌରପାଳିକା ୧୪ଦିନ ପାଇଁ ବନ୍ଦ

0

ଭଦ୍ରକ :ଆଜି ଭଦ୍ରକ ଜିଲ୍ଲାରେ ଆଉ ୭ ନୂଆ କରୋନା ଆକ୍ରାନ୍ତ ଚିିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଆକ୍ରାନ୍ତ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରୁ ବାହାରିଥିବା ବେଳେ ଜଣେ ଭଦ୍ରକ ବ୍ଲକ ଅଞ୍ଚଳର ଏବଂ ଅନ୍ୟ ଜଣେ ଭଦ୍ରକ ପୌରପାଳିକାର ୧୦ ନମ୍ବର ଓ୍ୱାର୍ଡ ଜଗନ୍ନାଥପୁର ଅଞ୍ଚଳର । ଏମାନଙ୍କ ମଧ୍ୟରେ ୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ଜଣେ ଲୋକାଲ କଣ୍ଟାକଫ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି । ଏହି ୭ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା ୩ଶହ ଅତିକ୍ରମ କରି ୩୦୫ରେ ପହଞ୍ଚିଛି । ସୁସ୍ଥ ହୋଇଥିବା ୨୮୪ଜଣଙ୍କୁ ବାଦ୍‍ ଦେଲେ ଏବେ ଆକଫିଭ କେଶ୍‍ ଭାବେ ୨୦ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ଆଜି ଭଦ୍ରକ ପୌରପାଳିକାର ଜଣେ କର୍ମଚାରୀ ମଧ୍ୟ କେରାନା ପଜିଟିଭ୍‍ ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଛନ୍ତି ।

ଫଳରେ ପୌରପାଳିକାକୁ ଆସନ୍ତା ୧୪ଦିନ ପାଇଁ ବନ୍ଦ ଘୋଷଣା କରାଯିବା ସହ ସମସ୍ତ ପୌର କର୍ମଚାରୀ ୧୪ଦିନ ପାଇଁ ହୋମ କ୍ୱାରେନଟାଇନ୍‍ରେ ରହିବାକୁ ପୌର ନିର୍ବାହୀ ଅଧିକାରୀ ବିଚିତ୍ରନନ୍ଦ ନାୟକ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ପୌରପାଳିକର କର୍ମଚାରୀ ଆକ୍ରାନ୍ତ ଚିହ୍ନଟ ପରେ ଏହାକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି । ଏହାକୁ ନେଇ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଧାମନଗର ଏନ୍‍ଏସି ଅଧିନ ୬ ନମ୍ବର ଓ୍ୱାର୍ଡ ସ୍ଥିତ ଧାମନଗର ସରକାରୀ ହାଇସ୍କୁଲ କ୍ୱାରେଣ୍ଟାଇନ କେନ୍ଦ୍ରକୁ କଣ୍ଟେନମେଣ୍ଟଜୋନ ଭାବେ ଘୋଷଣା କରିଛନ୍ତି ଏବଂ ଧାମନଗର ଏନ୍‍ଏସିର ୯ ନମ୍ବର ଓ୍ୱାର୍ଡକୁ ବଫରଜୋନ କଟକଣା ଜାରି କରାଯାଇଛି ।

ଏଥି ସହିତ ଧାମନଗର ଏନ୍‍ଏସିକୁ ଶୁକ୍ରବାର ଶଟ୍‍ଡାଉନ ଘୋଷଣା କରାଯାଇଛି । ସପ୍ତାହାନ୍ତ ସର୍ଟଡାଉନ ଶନିବାର ଓ ରବିବାର ସହ ଏହା ସଂଯୁକ୍ତ ହୋଇ ମୋଟ ୩ ଦିନ ସର୍ଟ୍‍ଟାଉନ କଟକଣା ଏଠାରେ ଜାରି ହୋଇଛି । ଏହା ଶୁକ୍ରବାର ସକାଳ ୫ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଜିଲ୍ଲାର ଅନ୍ୟ ସ୍ଥାନରେ କେବଳ ସପ୍ତାହାନ୍ତ ଶଟଡାଉନ ଶନିବାର ଓ ରବିବାର ବଳବତ୍ତର ରହିଛି । ଅନ୍ୟପକ୍ଷରେ ଭଦ୍ରକ ବ୍ଲକରୁ ବାହାରିଥିବା ଆକ୍ରାନ୍ତ ଏବଂ ପୌରପାଳିକାର ୧୦ ନମ୍ବର ଓ୍ୱାର୍ଡର ଜଗନ୍ନାଥପୁର ଅଞ୍ଚଳ ଗତକାଲି ଠାରୁ କଣ୍ଟେନମେଣ୍ଟଜୋନ ଘୋଷିତ ହୋଇ ସାରିଛି ।

 

Leave A Reply