ଭଦ୍ରକ :ଭଦ୍ରକ ଜିଲ୍ଳାରେ ଆଜି ଆଉ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୧ରେ ପହଞ୍ଚିଛି । ସେହିଭଳି ସୁସ୍ଥଙ୍କ ସଂଖ୍ୟା ୨୬୩ ଓ ଆକଫିଭ କେଶ ୧୭ରେ ପହଞ୍ଚିଛି । ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲାର ଚାନ୍ଦବାଲି ବ୍ଲକ ଓରାସାହି ଓ କରଞ୍ଜମାଳ ପଞ୍ଚାୟତ ୨ଟିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ଅନ୍ୟପକ୍ଷରେ ଜିଲ୍ଲାରେ ଆଜିସୁଦ୍ଧା ୧୧୪୬୬ଜଣଙ୍କ ସ୍ୱାବ୍ ଟେଷ୍ଟ ହୋଇଥିବା ବେଳେ ଜଣେ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଥିବା ପ୍ରଶାସନ ସୂତ୍ରରୁ ଜଣାଯାଇଛି । ତେବେ କୋଭିଡ୍ ଆଇନ ଉଲଂଘନ କରିବା ଅଭିଯୋଗରେ ଭଦ୍ରକ ସଦର ମହକୁମାରେ ଥିବା ବହୁ ବ୍ୟବସାୟ ପ୍ରତିଷ୍ଠାନା ଠାରୁ ନିକଟରେ ପ୍ରଶାସନ ପକ୍ଷରୁ ୩୫ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଥିବା ବେଳେ ଅନେକ ହୋଟେଲ, କଲ୍ୟାଣ ମଣ୍ଡପ ଓ ଘରୋଇ କ୍ଲିନିକ୍ ତଥା ନର୍ସିଂହୋମ୍ରେ କୋଭି୍ଡ ମାର୍ଗଦର୍ଶିକାକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇଥିବା ପରିଲକ୍ଷିତ ହୋଇଛି ।