ଭଦ୍ରକ : ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ପ୍ରଥମ କରୋନା ମୃତ୍ୟì ସମ୍ପର୍କରେ ସୂଚନା ଦିଆଯାଇଛି । ଜିଲ୍ଲାପାଳ ଜ୍ଞାନ ଦାସ ସୋସିଆଲ ମେଡିଆ ଜରିଆରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଜଣେ ୫୮ବର୍ଷର ପୁରୁଷ କରୋନା ଆକ୍ରାନ୍ତ(ପୁରୁଷ)ଙ୍କ ମୃତ୍ୟì ଘଟିଛି । ମୃତକ ଜଣଙ୍କ ଡାଇବେଟିସ ଓ କିଡ୍ନୀ ରୋଗୀରେ ପୀଡିତ ଥିବା କଥା ସେ ପ୍ରକାଶ କରିଛନ୍ତି । ଏହାବ୍ୟବତୀତ ଜିଲ୍ଲାରେ ଆଜି ଆଉ ୨ କରୋନା ପଜିଟିଭ ଚିିହ୍ନଟ ହୋଇଛନ୍ତି ଜିଲ୍ଲାପାଳ ସୂଚନା ଦେବା ସହ ଜିଲ୍ଲାାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୯ ପଞ୍ଚିଥିବାର ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୫୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆକଫିଭ କେଶ ୨୦ ରହିଛି । ଜିଲ୍ଲାରେ ଆଜି ସୁଦ୍ଧା ୧୧ହଜାର ୧୫୪ ସମ୍ପୁଲ ଟେଷ୍ଟ ସରିଛି ।
ଏଥି ସହିତ ଘରକୁ ଘର ବୁଲି ଆଶାକର୍ମୀ, ଏଏନ୍ଏମ, ଅଙ୍ଗନଓ୍ୱାଡି କର୍ମ‘ାରୀ ସ୍ୱାସ୍ଥ୍ୟ ସମ୍ପର୍କୀତ ସୂଚନା ସଂଗ୍ରହ ଅଭିଯାନ ଜାରି ରଖିଛନ୍ତି । ଯେଉଁ ମାନଙ୍କର ଲକ୍ଷଣ ଥିବ ସେମାନଙ୍କୁ କୋଭିଡ୍ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରକୁ ପଠାଯିବ ବୋଲି ସେ ସୂଚନା ଦେଇଛନ୍ତି । ଜିଲ୍ଲାରେ ଯେଭଳି କରୋନା ସଂକ୍ରମଣ ଅଧିକଭାବେ ନବ୍ୟାପେ ସେ ଦିଗରେ ପ୍ରଶାସନ ସଜାଗ ରହିବା ସହି ଜନସାଧାଣରଙ୍କ ସହଯୋଗ କାମନା କରିଛି । ବିଶେଷ କରି ମାସ୍କ ପିନ୍ଧିବା, ବୟସ୍କ, ଶିଶୁ ଓ ଗର୍ଭବତୀ ମହିଳାମାନେ ଘରୁ ନବାହାରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଜିଲ୍ଲାର ଏବେକାର କରୋନା ସ୍ଥିତିକୁ ଦେଖି ଜୁଲାଇ ମାସର ଶନିବାର ଓ ରବିବାରକୁ ସର୍ଟଡାଉନ କରାଯାଇଛି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଜୁରୁରୀ ସେବା ଅବ୍ୟାହତ ରହିବ ବୋଲି ସେ କହିଥିଲେ । ବାହାଘର ପାଇଁ ପ୍ରଶାସନ ଠାରୁ ଅନୁମତି ନେଉଥିଲେ ମଧ୍ୟ କୋଭିଡ୍ ନିୟମକୁ ଉଲ୍ଲଘଂନ କରାଯାଉଥିବା କଥା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ବାହାଘର ଭଳି ସାମାଜିକ କାର୍ଯ୍ୟରେ ବର, କନ୍ୟା ପକ୍ଷ ସମୁଦାୟ ୫୦ଜଣ ମଧ୍ୟରେ ସୀମିତ ରହିବେ । ଏଥିରେ ଖିଲାପ ହେଲେ, ବର ଓ କନ୍ୟା ପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ କଣ୍ଟେନମେଣ୍ଟ ଜୋନ ଭିତରୁ ହୋଇଥିବାରୁ ସଂପୃକ୍ତ କଣ୍ଟେନମେଣ୍ଟଜୋନର କଟକଣା ସମୟସୀମାକୁ ୧୪ ଦିନ ବୃଦ୍ଧି କରାଯାଇଛି । ଜଣେ ଚିହ୍ନଟ ଭଦ୍ରକ ପୌରପାଳିକାର ପୁରୁଣାବଜାର ଡି.ଏନ. ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଟିଏମସିରୁ ବାହାରିଥିବା ବେଳେ ଅଜ୍ୟଜଣେ ତିହିଡି ବ୍ଲକ ଭାଟପଡା ପଞ୍ଚାୟତର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଟିଏମ୍ସିର ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି ।
