Odisha news

ଭଦ୍ରକରେ ୨ କରୋନା ପଜିଟିଭ୍, ମୋଟ ସଂଖ୍ୟା ୨୭୭ : ଜିଲ୍ଲାପାଳ ନିଜେ କଲେ ଚଢାଢ , କୋବିଡ଼ ଆଇନ ଉଲଂଘନ କରି ଜୋରିମାନା ଦେଲେ ବ୍ୟବସାୟୀ

0

ଭଦ୍ରକ,୦୮ ।୦୭ :ଭଦ୍ରକ ଜିଲ୍ଳାରେ ଆଜି ଆଉ ୨ କରୋନା ପଜିଟିଭ ବାହାରିଛନ୍ତି । ଆଜି ଏହି ଆକ୍ରାନ୍ତଙ୍କ ଚିିହ୍ନଟ ପରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୭ ହୋଇଛି । ସୁସ୍ଥଙ୍କ ସଂଖ୍ୟା ୨୪୩ । ଆକଫିଭ କେଶ ୩୩ ରହିଛି । ଆକ୍ରାନ୍ତ ଚିହ୍ନଟ ପରେ ସଂପୃକ୍ତ ଅଞ୍ଚଳ ବାସୁଦେବପୁର ବ୍ଲକ ଅନ୍ତର୍ଗତ ନାଇକାଣିଡିହି ପଞ୍ଚାୟତର ମଲ୍ଲିକାଦେଇପୁର ଗାଁକୁ କଣ୍ଟେନମେଣ୍ଟଜୋନ ଏବଂ ପଞ୍ଚାୟତକୁ ବଫରଜୋନ କଟକଣା ଘୋଷଣା କରାଯାଇଛି । ସେହିଭଳି ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇ ଆଜି ନିଜେ ସହରର ବିଭିନ୍ନ ଦୋକାନ ଉପରେ ଚଢଉ କରିଛନ୍ତି ।

ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଏସ୍‍ଡିପିଓ ସୁନିଲ ନନ୍ଦ, ଭଦ୍ରକ ତହସିଲଦାର ଜ୍ୟୋତିବିକାଶ ଦାଶ, ଟାଉନ ଥାନା ପୁଲିସ ଚଢଉରେ ସାମିଲ ଥିଲେ । ବିଭିନ୍ନ ଦୋକାନ ଚଢଉ ପରେ କୋବିଡ଼ ଆଇନ ଉଲଂଘନ କରିଥିବା ହୋଟେଲ ଆରୋମା, ହୋଟେଲ ଶ୍ରୀମା, କିଡ୍‍ସ ଓ୍ୱାର୍ଲଡ୍‍ ମୋବାଇଲ ଦୋକାନ, କଳ୍ପନା ଜୁଏଲାରୀ, ହରେକୃଷ୍ଣ ମିଷ୍ଟାନ୍ନ ଭଣ୍ଡାର ଆଦି ଦୋକାନୀଙ୍କ ଠାରୁ ୩୫ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି

Nalco
Leave A Reply