Odisha news

ଧାନ ବିହନ ଗଜା ନହେବା ଅଭିଯୋଗ : ସ୍ୱତନ୍ତ୍ର ଟିମ୍ ଜରିଆରେ ତଦନ୍ତ, ୩ ବେପାରୀଙ୍କୁ କଡï ତାଗିଦ୍

0

ତିହିଡି,୦୮ ।୦୭ :ତିହିଡି ବ୍ଲକର ବିଭିନ୍ନ ସ୍ଥାନରେ ଚାଷୀଙ୍କ ଧାନ ବିହନ ଗଜା ହେଉନଥିବା ଏବଂ ଧାନ ତଳି ଅଗ୍ରଭାଗ ପୋଡି ଯାଉଥିବା ନେଇ ଖବର ପ୍ରକାଶ ପାଇବା ପରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ତପିରତା ପ୍ରକାଶ ପାଇଛି । ଜିଲ୍ଲା କୃଷି ଅଧିକାରୀ ପ୍ରସାଦ ନାୟକ, ବ୍ଲକ କୃଷି ଅଧିକାରୀ ସମରେଶ୍ୱର ବେହେରା ପ୍ରମୁଖ ଏକ ସ୍ୱତନ୍ତ୍ର ଟିମ୍‍ ଜରିଆରେ କ୍ଷେତ୍ରୀୟ ତଦନ୍ତ କରାଯାଇଛି । ସରକାରୀ ସିକୃତିପ୍ରାପ୍ତ ଧାନ ବିହନ କ୍ରୟ କରି ତଳି ପକାଇଥିଲେ ଚାଷୀ ଏବଂ ପ୍ରଶାସନ ପକ୍ଷରୁ ନିଯୁକ୍ତି ହୋଇଥିବା ରିଟେଲରଙ୍କ ଠାରୁ ମଧ୍ୟ ଉକ୍ତ ବିହନ କିଣା ଯାଇଥିଲା ।

ମାତ୍ର ଓଡିଶା ରାଜ୍ୟ ବିହନ ନିଗମ ଦ୍ୱାରା ସିକୃତିପ୍ରାପ୍ତ ତିହିଡି ବ୍ଲକର କେତେକ ଅସାଧୁ ରିଟେଲର ମଉଡମଣି, ସମ୍ପଦା ଓ ସାଧନା ଧାନ ବିହନ ବିକ୍ରି କରୁଥିବା କୃଷି ବିଭାଗର ନଜରକୁ ଆସିଛି । ଏହି ୩ କିସମର ବିହନ ଗଜା ହେବାରେ ସମସ୍ୟା ଦେଖା ଦେଇଛି । ଏଗୁଡିକ ବେସରକାରୀଭାବେ ବିକ୍ରୟ କରାଯାଉଥିବା ଏହି ତଦନ୍ତ ଟିମ୍‍ ଜାଣିବାକୁ ପାଇଛି । ଗଦିରେ ଜଣେ ରିଟେଲର ୨୦ କ୍ୱିଣ୍ଟାଲ ମଉଡମଣି ଧାନ ବିହନ ବିକ୍ରି କରିଥିବା ବେଳେ ତିହିଡି ସଦର ବଜାରରେ ୨ ଜଣ ରିଟେଲର ସମ୍ପଦା ଓ ସାଧନା ଧାନ ବିହନ ବିକ୍ରି କରିଥିବା ଜଣାଯାଇଛି । ଯାହାକୁ ନେଇ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ନାୟକ ସେମାନଙ୍କୁ କଡï ତାଗିଦ୍‍ କରିବା ସହିତ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବଶ୍ୟକୀୟ କାଗଜପତ୍ର ଦେଖାଇ ନପାରିଲେ ସେମାନଙ୍କ ଲାଇସେନ୍ସ ରଦ୍ଧ କରାଯିବ ବୋଲି ସେମାନଙ୍କୁ ସତର୍କ କରେଇଛନ୍ତି ।

Nalco

Leave A Reply