Odisha news

 ଭଦ୍ରକ : ଗଣଶିକ୍ଷକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ମହାସଂଘର ଦାବି

0

ଭଦ୍ରକ :ରାଜ୍ୟ ସରକାରଙ୍କ ବିକଳ୍ପ ଶିକ୍ଷା ବ୍ୟବସ୍ଥା ୧୯୭୮-୭୯ମସିହାରେ ନନ୍‍ ଫରମାଲ ଶିକ୍ଷା କେନ୍ଦ୍ର ଖୋଲିଥିଲେ । ମାତ୍ର ୧୦୫ଟଙ୍କା ସ୍ୱଳ୍ପ ବେତନରେ ଶିକ୍ଷକ ନିଯୁକ୍ତି କରିଥିଲେ । ଏହି ନନ୍‍ ଫର୍ମାଲ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ମାନଙ୍କୁ ୧୯୯୦ରୁ ୨୦୦୧ ମାର୍ଚ୍ଚ ପର୍ଯ୍ୟନ୍ତ ଆଉ ୯୫ଟଙ୍କା ବୃଦ୍ଧି କରି ୨ଶହ ଟଙ୍କା ବେତନ ଦିଆଯାଉଥିଲା ।

୨୦୦୧ମାର୍ଚ୍ଚ ୩୧ ତାରିଖରେ ନନ୍‍ ଫରମାଲ ଶିକ୍ଷା ବ୍ୟବସ୍ଥା କରି ନୂତନଭାବେ ସରକାର ନିଶ୍ଚିତ ଶିକ୍ଷା ବ୍ୟବସ୍ଥା ଖୋଲି ୨୦୦୨ରୁ ୨୦୦୫ ମସିହା ପର୍ଯ୍ୟନ୍ତ ୧ହଜାର ଟଙ୍କାରେ, ୨୦୦୫ରୁ ୨୦୦୭ ପର୍ଯ୍ୟନ୍ତ ୧୭୫୦ଟଙ୍କା, ୨୦୦୭ରୁ ବିକଳ୍ପ ଶିକ୍ଷା ବ୍ୟବସ୍ଥା ଉଠାଇ ଦେବା ପରେ ରାଜ୍ୟସ୍ତରୀୟ ନେତୃମଣ୍ଡଳୀରେ ଜିଲ୍ଲା ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇଥିଲେ । ଫଳରେ ରାଜ୍ୟ ସରକାରଙ୍କ ୨୦୦୮ରୁ ଛଟେଇ ଶିକ୍ଷକ ମାନଙ୍କୁ ଗଣଶିକ୍ଷକ ଭାବେ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ଦେଲେ । ୨୦୦୮ରୁ ୨୨ହଜାର ୫୧୨ଜଣ ଗଣଶିକ୍ଷକ ଦୀର୍ଘ ଦିନ କାର୍ଯ୍ୟ କରିବା ପରେ ସେମାନଙ୍କ ଠାରୁ ପ୍ରାୟ ୧୮ହଜାର ଗଣଶିକ୍ଷକ ମାନଙ୍କୁ ଏକ୍ସ କ୍ୟାଡର ଲେବୁଲ-୫ ସହକାରୀ ଶିକ୍ଷକଭାବେ ନିଯୁକ୍ତି ଦେଇଥିଲେ ।

ରହିଯାଇଥିବା ଗଣଶିକ୍ଷକ ମାନଙ୍କୁ ସ୍ଥାୟୀ ଶିକ୍ଷକ ପଦବୀରେ ନିଯୁକ୍ତି ଦେବାକୁ ସହକାରୀ ଶିକ୍ଷକ ମହାସଂଘ ପକ୍ଷରୁ ଦାବି ହୋଇଛି । ସମସ୍ତ ସ୍ଥାୟୀ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ମାନଙ୍କୁ ନୂତନ ପେନସନ ଯୋଜନା, ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ କରିବାକୁ ମହାସଂଘ ପକ୍ଷରୁ ରାଜ୍ୟ ସଭାପତି ଶିବଲାଲ ସାହୁ, କୋଷାଧ୍ୟକ୍ଷ ଅନୀୟ ବରାଳଙ୍କ ସମେତ ମହାସଂଘର-ସୁଶାନ୍ତ ଜୋତିଷ, ତ୍ରିଲୋଚନ କର, ଇସମାଇଲ ସାହା, ସୁବାସ ପ୍ରଧାନ, ମୀନତି ପତି, ଅରୁଣ ପଟ୍ଟନାୟକ, ଜଗତଦୀବନ ଖମାରୀ, କୈଳାସ ଜେନା, ଧର୍ମାନନ୍ଦ ରାଉତ, ପରେଶ ଦାସ, ପ୍ରବୀଣ ମହାନ୍ତି, ସୁଧାକର ସିଂ, ପ୍ରିୟତମା ସାହୁ, ପ୍ରସନ୍ନ ମହାପାତ୍ର ଓ କମଳଲୋଚନ ହୋତା ପ୍ରମୁଖ ଦାବି କରିଛନ୍ତି ।

Leave A Reply

Your email address will not be published.