Odisha news

ଭଦ୍ରକ : ଆଉ ୨ ଟ୍ରେନରେ ଆସିଲେ ୩୩୪ ପ୍ରବାସୀ

0

ଭଦ୍ରକ :ଭଦ୍ରକ ରେଳ ଷ୍ଟେସନରେ ଆଉ ୨ଟି ଟ୍ରେନ ପହଞ୍ଚିଛି । ତେବେ ଏହି ଟ୍ରେନରେ ସ୍ୱଳ୍ପ ସଂଖ୍ୟକ ପ୍ରବାସୀ ଓଡ଼ିଆ ଉହ୍ଲାଇଛନ୍ତି । ଗତକାଲି ରାତିରେ ଗୋଟିଏ ଟ୍ରେନ ସାଲେମ୍ରୁ ବାଲେଶ୍ୱର ଯାଇଥିବା ବେଳେ ସେଥିରୁ ୧୭୫ଜଣ ଭଦ୍ରକରେ ଉହ୍ଲାଇଥିଲେ ।  ସେମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର ୧୭୨, ବାଲେଶ୍ୱର ୨ ଓ କେନ୍ଦୁଝର ଜଣେ ପ୍ରବାସୀ ଥିଲେ ।

ଭଦ୍ରକରେ ଓହ୍ଲାଇଥିବା ପ୍ରବାସୀଙ୍କ ମଧ୍ୟରେ ଭଦ୍ରକର ୧୩, ବାସୁଦେବପୁର ବ୍ଳକର ୫୯, ବାସୁଦେବପୁର ପୌରପାଳିକାର ୧୦, ବନ୍ତ ୧୩, ଧାମନଗର ୯, ଭଣ୍ଡାରିପୋଖରୀ ୧୬, ତିହିଡ଼ି ୩୯, ଚାନ୍ଦବାଲି ୮, ଚାନ୍ଦବାଲି ଏନ୍ଏସିର ୫ଜଣ ପ୍ରବାସୀ ଥିଲେ ।

ସେହିପରି ଆଜି ଏକ ଟ୍ରେନ ମଦୁରାଇରୁ ବାଲେଶ୍ୱର ଆସିଛି । ସେଥିରେ ଭଦ୍ରକରେ ୧୫୯ଜଣ ଉହ୍ଲାଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ କେନ୍ଦୁଝର ଜିଲ୍ଲାର ପ୍ରବାସୀ ହୋଇଥିବା ବେଳେ ଅନ୍ୟ ସମସ୍ତେ ଭଦ୍ରକ ଜିଲ୍ଲାର । ଏମାନଙ୍କ ମଧ୍ୟରେ ଭଦ୍ରକ ବ୍ଲକର ୨୩, ଚାନ୍ଦବାଲି ବ୍ଲକର ୪୬, ଧାମନଗର ୨୨, ଭଣ୍ଡାରିପୋଖରୀ ୫, ତିିହିଡ଼ି ୧୮, ବନ୍ତ ୧୦, ବାସୁଦେବପୁ୨୫୫୫ର ୩୩ ଓ ଚାନ୍ଦବାଲି ଏନଏସିର ଜଣେ ପ୍ରବାସୀ ମିଶି ମୋଟ ୧୫୮ ଜଣ ଉହ୍ଲାଇଛନ୍ତି । ସେମାନଙ୍କୁ ସମସ୍ତଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଇ ଦିଆଯାଇଛି ।

Leave A Reply