ଭଦ୍ରକ :ବେଳେ ବେଳେ ମୃତୁ୍ୟ ବି ଅଜବ ଢଙ୍ଗରେ ଆସେ । ସର୍ପାଘାତ ପୀଡିତ ଜଣେ ବାପାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସାନ ପୁଅ ଦୁର୍ଘଟଣାରେ ମୃତ୍ୟୁ ବରଣ କରିବା ଭଳି ଅଭାବନୀୟ ଘଟଣା ଘଟିଛି । ଏହି ଦୁଃଖଦ ଘଟଣା ଘଟିଛି, ଭଦ୍ରକ ଜିଲ୍ଳା ଉପକଣ୍ଠ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ପଞ୍ଚାୟତର ମୁନୀପଦା ଗାଁରେ । ପ୍ରକାଶ ଯେ : ମୁନୀପଦା ଗାଁର ଭାଗିରଥି ବେହେରା ଗତ କାଲି(ବୁଧବାର)ରାତି ପ୍ରାୟ ୯ଟା ସମୟରେ ଘର ବାଡିପଟେ ଥିବା ତାଟି ଦେବାକୁ ଯାଇଥିଲେ ।
ସେହି ସମୟରେ ତାଙ୍କ ଗୋଡକୁ ଏକ ସାପ ଦଂଶନ କରିଥିଲା । ଏ ଘଟଣା ପରିବାର ଲୋକେ ଜାଣିବା ପରେ, ତାଙ୍କ ସାନପୁଅ ମନୋଜ ବେହେରା(୨୩)ବର୍ଷ ବାପାକୁ ନିଜ ସ୍କୁଟିରେ ବସାଇ ପ୍ରଥମେ ସିମୁଳିଆ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଆଣିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ନିଜ ବାପାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିସିାଳୟକୁ ସ୍ଥାନାନ୍ତର କରାଯାଇଥିଲା ।
ତେବେ ଭଦ୍ରକ ନେବା ବାଟରେ ଚରମ୍ପା ରେଲେଓ୍ୱ ଓଭରବ୍ରିଜ ନିକଟରେ ରାଜପଥରେ ଥିବା ହମ୍ପସରେ ବାଡେଇ ଯାଇ ଭାରସାମ୍ୟ ହରାଇ ମନୋଜ ଗାଡିରୁ ଛିଟକି ପଡିଥିଲେ । ଆଉ ଘଟଣା ସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିଲା । ମାତ୍ର ଅସୁସ୍ଥ ବାପା ଭାଗିରଥିକୁ ଭଦ୍ରକ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସେ ଏହି ଦୁର୍ଘଟଣାରେ ମଧ୍ୟ କ୍ଷତବିକ୍ଷତ ହୋଇଛନ୍ତି । ବର୍ତ୍ତମାନ ସେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାର ଜଣାଯାଇଛି । ବାପାର ଜୀବନ ବଞ୍ଚାଇବାକୁ ଯାଇ ସାନ ପୁଅର ମୃତୁ୍ୟରେ ବାପା ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏପରି ଦୁଃଖଦ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି