Odisha news

ନବନିର୍ବାଚିତ କଂଗ୍ରେସ  ବିଧାୟକ ଅଶୋକ ଦାସ ଙ୍କୁ ସମ୍ବର୍ଦ୍ଧନା

0
ଭଦ୍ରକ, :  ଭଦ୍ରକ ଜିଲ୍ଲାର ବାସୁଦେବପୁର ନିର୍ବାଚନ ମଣ୍ଡଳୀ ର ନବ ନିର୍ବାଚିତ କଂଗ୍ରେସ ବିଧାୟକ ଅଶୋକ ଦାସ ଙ୍କୁ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି। ଭଦ୍ରକ ଜିଲ୍ଲାର ଏକ ମାତ୍ର ବିଧାୟକ ଶ୍ରୀ ଦାସ ବିଜୟୀ ହୋଇଥିବା ବେଳେ ସେ କଂଗ୍ରେସର ଟେକ ରଖିଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। କଂଗ୍ରେସ  ଜିଲ୍ଲାରେ ଅନ୍ୟ  ମଣ୍ଡଳୀରେ ପରାଜିତ ହୋଇଛି ସତ। କିନ୍ତୁ କଂଗ୍ରେସ ର ଭୋଟ ହାର ବୃଦ୍ଧି ପାଇଛି। କଂଗ୍ରେସ ଭାରତ ବର୍ଷରେ  ତାର ସଂଗଠନ ଅତୁଟ ରଖିଛି। କଂଗ୍ରେସ ଦଳ ସବୁ ବେଳେ ଲୋକଙ୍କ ସହିତ ରହିଛି   ଆଗକୁ ମଧ୍ୟ ରହିଥିବ ବୋଲି ଶ୍ରୀ ସେଠୀ ପ୍ରକାଶ କରିଥିଲେ। ଏହି ସଭାରେ ବାସୁଦେବପୁର ବିଧାୟକ   ଅଶୋକ ଦାସ  ଯୋଗଦେଇ ନିଜର ସମ୍ବର୍ଦ୍ଧନା ବକ୍ତବ୍ୟରେ କହିଲେ, ମୋତେ ଯେଉଁ ଆସ୍ଥା ଓ ବିଶ୍ୱାସ ରଖି ବାସୁଦେବପୁର ବାସୀ ବିଜୟୀ କରିଚନ୍ତି। ସେମାନଙ୍କ ଆସ୍ଥା ଓ ବିଶ୍ଵାସକୁ ସବୁଦିନ ପାଇଁ ଅତୁଟ ରଖିବି। ଭଦ୍ରକ ଜିଲ୍ଲା କଂଗ୍ରେସ ଦଳ କୁ ଅଧିକ ସୁଦୃଢ କରିବା ପାଇଁ ଉଦ୍ୟମ କରିବି ବୋଲି କହିଥିଲେ। ଏହି ଅବସରରେ ତାଙ୍କୁ  ଭଦ୍ରକ  ଜିଲ୍ଲା କଂଗ୍ରେସ ତରଫରୁ ମାନପତ୍ର ,  ଉତ୍ତରୀୟ ,ପୁଷ୍ପ ଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ର କାର୍ଯ୍ୟକାରୀ ସଭାପତି   ଦେବରୂପ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ  କଂଗ୍ରେସ କମିଟିର ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର , ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ନେତା ଅମିୟ ମହାପାତ୍ର , ଦିଗ ଦାସ, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ଧାମନଗର  ନିର୍ବାଚନ ମଣ୍ଡଳୀ ର ନେତା  ରଞ୍ଜନ ବେହେରା,  ଜିଲ୍ଲା ମହିଳା ସଭାନେତ୍ରୀ  ସବିତା ଚାନ୍ଦ, କଂଗ୍ରେସ ନେତ୍ରୀ ମଧୁମିତା ସେଠୀ, ଜଗନ୍ନାଥ ପ୍ରସାଦ ପଞ୍ଚାୟତ ର କଂଗ୍ରେସ ସଭାପତି ଖଗେଶ୍ବର ବେହେରା,  ଧାମନଗର ବ୍ଲକ ସଭାପତି  ରମେଶ ବେହେରା, ଅମିତାବାଲା ଆଚାର୍ଯ୍ୟ, ବିକାଶ ସାମଲ, ରଞ୍ଜନ ବେହେରା, ଆଇନଜୀବୀ ସ୍ଵସ୍ଥିକା ପଣ୍ଡା,  ଯୁବ ନେତା ପ୍ରକାଶ ଜ୍ୟୋତି ମହାକୁଡ଼,  ଜିଲ୍ଲା ଯୁବ କଂଗ୍ରେସ  ସଭାପତି  ବଳରାମ ରାଉତ,  ଆଲୋକ ସ୍ବାଇଁ , ଛାତ୍ର କଂଗ୍ରେସ ସଭାପତି ସେକ ସାଇଲ କାଦିର, ଅମିୟ ନାୟକ , ରଞ୍ଜିତ ଦାସ, ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ସାମଲ , ତିହିଡି ବ୍ଲକ ସଭାପତି ସରୋଜ ଦାସ,  ଚାନ୍ଦବାଲି ବ୍ଲକ ସଭାପତି  ବାଇଲୋଚନ ପଣ୍ଡା, ବନ୍ତ ବ୍ଲକ୍ ସଭାପତି ରାଜକିଶୋର ସ୍ୱାଇଁ, ଭଣ୍ଡାରି ପୋଖରୀ ବ୍ଲକ୍ ସଭାପତି ରଜନୀକାନ୍ତ ଚନ୍ଦ , ବାସୁଦେବପୁର ବ୍ଲକ ସଭାପତି ରମେଶ ବଳ,

Leave A Reply