ଭଦ୍ରକ,ତା୪/୩ : ବରିଷ୍ଠ ଡା.ରବୀନ୍ଦ୍ର କୁମାର ନାୟକଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣ ଘଟଣାରେ ଘୋର ଉଦବେଗ ପ୍ରକାଶ କରିଛି ବରିଷ୍ଟ ନାଗରିକ ମହାସଂଘ । ଏଥିସହ ସଂଘର କର୍ମକର୍ତ୍ତା ଆହୁରି କହିଛନ୍ତି ଯେ, ଡା.ଆର କେ ନାୟକ ଜଣେ ବୃଦ୍ଧ ଓ ବୟୋଜ୍ୟାଷ୍ଠ ବ୍ୟକ୍ତି । କୌଣସି ଡାକ୍ତର ଜାଣିଜାଣି ରୋଗୀକୁ ମାରିଦିଏନି । ତାର ଧର୍ମ ରୋଗୀସେବା କରିବା । ସର୍ବୋପରି ଭଦ୍ରକରେ ଜଣେ ସୁନାମଧନ୍ୟ ପରୋପକାରୀ ଡାକ୍ତର ଭାବେ ଡା. ନାୟକ ପରିଚିତ । ଭବିଷ୍ୟତରେ ବୟସ୍କ ଡାକ୍ତରମାନଙ୍କ ପ୍ରତି ଏଭଳି ଆଚରଣ ନକରିବାକୁ ଭଦ୍ରକର ବରିଷ୍ଠ ନାଗରିକ ମହାସଂଘ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛି । ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ସଭାପତି ପଦ୍ମନ କୁମାର ରାୟ, ଉପଦେଷ୍ଟା ଡା.ହରେକୃଷ୍ଣ ନାୟକ,ଏସଏମ ଫାରୁକ,ପର୍ଶୁରାମ ଦିବେଦୀ,ମଦନ ମୋହନ ମହାକୁଡ଼, ଅଭୟ ଦିବେଦୀ, ଗଦାଧର ପଣ୍ଡା, ଇନ୍ଦ୍ରମଣି ପଣ୍ଡା,ଶାନ୍ତନୁ ରାଉତ, ସୁଧାକର ରାଉତ, ପଦ୍ମନାଭ ପାଢ଼ୀ, କୈଳାସ ଚନ୍ଦ୍ର ପଣ୍ଡା,ବିଚିତ୍ରାନନ୍ଦ ମହାନ୍ତି,ହରମୋହନ ଜେନା,ଲକ୍ଷ୍ମଣ କୁମାର ମହାନ୍ତି, ମହେଶ ପ୍ରସାଦ ଦାସ, ଶଶିକାନ୍ତ ପାଢ଼ୀ,ରାଧାରାଣୀ ମହାପାତ୍ର,ଶାନ୍ତିଲତା ନାଗ,ତାପସ କୁମାର ମହାନ୍ତି,ବୈଲୋଚନ ବେଉରିଆ ଉପସ୍ଥିତ ରହି ଏହି ଘଟଣାକୁ ନିନ୍ଦା କରିଛନ୍ତି ଏବଂ ଡା.ନାୟକଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।
