Odisha news

ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ ପ୍ରସଙ୍ଗରେ ଏସପି ଅଫିସ ଘେରିଲା ବିଜେପି

0

ଭଦ୍ରକ,ତା୪/୩ : ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଭୁବନେଶ୍ୱର ଠାରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ପୁଲିସର ଅତର୍କିତ ଓ ମରଣାନ୍ତକ ଆକ୍ରମଣ ପ୍ରସଙ୍ଗର ପ୍ରତିବାଦ କରି ବିଜେପି ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଶନିବାର ଦିନ ସ୍ଥାନୀୟ ପୁଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଆରକ୍ଷୀ ଅଧିକ୍ଷକ ବରୁଣ ଗଣ୍ଟୁୁପାଲ୍ଲୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ବିଧାନସଭା ଘେରାଉ ପାଇଁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପୂର୍ବ ସୂଚନା ଦିଆଯାଇଥିବା ବେଳେ ଶୋଭାଯାତ୍ରା ଚାଲିଥିବା ସମୟରେ ଯୋଜନା ମୁତାବକ ଅତର୍କିତ ଭାବରେ ସାଧା ପୋଷାକଧାରୀ ପୁଲିସ ଓ ଶାସକ ଦଳର ଗୁଣ୍ଡା ମାନଙ୍କ ଆକ୍ରମଣରେ ଶତାଧିକ ପୁରୁଷ ଓ ମହିଳା କାର୍ଯ୍ୟକର୍ତ୍ତା ଗୁରୁତର ଆଘାତ ପାଇବା ସହ କେତେକ ମହିଳା କାର୍ଯ୍ୟକର୍ତ୍ତା ଅସଦାଚରଣ ର ଶିକାର ହୋଇଛନ୍ତି । ତେଣୁ ପୁଲିସ ମହାନିଦେ୍ର୍ଦଶକ ଓ କଟକ ପୁଲିସ କମିଶନର ଓ ଭୁବନେଶ୍ୱର ଡିସିପି ଘଟଣାର ତଦନ୍ତ ନିରପେକ୍ଷ ଭାବେ ନକରି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପୁଲିସର ବିଶ୍ୱସନୀୟତା ଉପରେ ପ୍ରଶ୍ନ ସୃଷ୍ଟି କରିଛି ବୋଲି ଦର୍ଶାଇ ସେମାନଙ୍କ ବିରୋଧରେ ଆଇନଗତ ମାମଲା ରୁଜୁ ପାଇଁ ଗତକାଲି ଜିଲ୍ଲାର ବିଭିନ୍ନ ଥାନାରେ ଏତଲା ଦିଆଯାଇଥିବାରୁ ପୁଲିସ ଅଧିକ୍ଷକ ଏଥିନେଇ ପଦକ୍ଷେପ ନେବାକୁ ଦଳ ପକ୍ଷରୁ ଦାବି କରାଯାଇ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଦଳର ଜିଲ୍ଲା ସଭାପତି ହେମନ୍ତ କୁମାର ପାଢୀ,ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦୀପ ନାୟକ,ବଦ୍ରୀ ନାରାୟଣ ଧଳ,ଜଗନ୍ନାଥ ଦାସ,ଜିଲ୍ଲା ପଦାଧିକାରୀ ଶ୍ରୀହର୍ଷ ସ୍ୱାଇଁ,ଅଶୋକ ପରିଜା, ତପସ୍ୱିନୀ ମହାପାତ୍ର,ମହିଳା ମୋର୍ଚ୍ଚା ସଭାନେତ୍ରୀ କଳ୍ପନା ଜେନା,ଯୁବମୋର୍ଚ୍ଚା ସଭାପତି ଦେବାଂଶୁ ରାଉତ,ଶଶାଙ୍କ ମିଶ୍ର ପ୍ରମୁଖଙ୍କ ସମେତ ଦଳର ବହୁ କାର୍ଯ୍ୟକର୍ତ୍ତା ଦଳୀୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ଯାଇ ପୁଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ ସଭା କରିଥିଲେ । ପରେ ପୁଲିସ ଅଧିକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Nalco
Leave A Reply