Odisha news

ଚୋରୀ ବାଇକ୍ ଲୋକଙ୍କୁ ହସ୍ତାନ୍ତର କଲା ଭଦ୍ରକ ପୋଲିସ

0

ଭଦ୍ରକ, ତା୫ା୭ : ଭଦ୍ରକ ଟାଉନ ଥାନା ଓ ଗ୍ରାମାଂଚଳ ଥାନାରେ ଗତ ୨୬ ଓ ୨୭ ତାରିଖରେ ଦୁଇଟି ଚୋରି କେଶ ରୁଜୁ କରାଯାଇଥିଲା । ଏହି କେଶକୁ ଭିର୍ତ୍ତି କରି ଟାଉନ ପୋଲିସ ୬ଜଣ ଅଭିଯୁକ୍ତଙ୍କୁ ଧରିବା ସହ ମୋଟର ସାଇକେଲକୁ ମଧ୍ୟ ଜବତ କରିଛି । ସେହିପରି ଗ୍ରାମାଂଚଳ ପୋଲିସ ସେହି ଚୋରି କେଶକୁ ଭିର୍ତ୍ତି କରି ୪ଜଣ ଅଭିଯୁକ୍ତଙ୍କୁ ଧରିବା ସହ ମୋଟରସାଇକେଲକୁ ମଧ୍ୟ ଜବତ କରିଛି । ମୋଟ ୧୫ଟି ଚୋରି ହୋଇଥିବା ମୋଟର ସାଇକେଲକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ୧୦ ଜଣ ଅଭିଯୁକ୍ତଙ୍କୁ ଧରିଛି ପୋଲିସ । ଏହି ଅଭିଯୁକ୍ତମାନେ ବାଲେଶ୍ୱର, ଭଦ୍ରକ, ତିହିଡିÿ ଓ ଧୂଷୁରୀ ଭଳି ଅନେକ ସ୍ଥାନରୁ ବାଇକ ଗୁଡିକୁ ଚୋରି କରିଥିଲେ ବୋଲି ଭଦ୍ରକ ଏସିପିଓ ପ୍ରଭାସ ଚନ୍ଦ୍ର ପାଲ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଏହି ଉଦ୍ଧାର କରାଯାଇଥିବା ମୋଟରସାଇକେଲ ଗୁଡିକୁ ଆଜି ତାଙ୍କ ମାଲିକଙ୍କୁ ଡାକି ଚାବି ହସ୍ତାନ୍ତର କରିଛନ୍ତି ପୋଲିସ୍ । ଅନ୍ୟପଟେ ଚୋରି ହୋଇଥିବା ମୋଟରସାଇକେଲକୁ ଫେରସ୍ତ ପାଇ ଖୁସି ବ୍ୟକ୍ତ କରିଛନ୍ତି ମୋଟରସାଇକେଲ ମାଲିକମାନେ

Nalco
Leave A Reply