Odisha news

ମନ୍ଦ ଉଦେ୍ଦଶ୍ୟରେ ଘରେ ପଶିଲେ ଦୁର୍ବତ୍ତ : ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର

0

ଭଦ୍ରକ, ତା୨୬ା୫ : ମନ୍ଦ ଉଦେ୍ଦଶ୍ୟ ନେଇ ଲଙ୍ଗଳା ହୋଇ ଘରେ ପଶିଥିଲେ ଜନୈକ ଯୁବକ । ଅନ୍ଧାର ଲାଗି ଭୁଲରେ ନାତି ଗୋଡ଼ ଉପରେ ଚଢ଼ିଗଲେ । କାନ୍ଦ ଶୁଣି ଉଠିଲେ ଘର ଲୋକେ, ମୋବାଇଲ ଛାଡି ଜୀବନ ବିକଳରେ ପଳାଇଲେ ଅଭିଯୁକ୍ତ ଯୁବକ । ଥାନାରେ ଅଭିଯୋଗ ପରେ ପୋଲିସ ନଶୁଣିବାରୁ ଏସପିଙ୍କ ଦ୍ୱାରସ୍ଥ ପରିବାର ଲୋକେ । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଥାନା ଅଧିନସ୍ଥ ଅଣ୍ଢାଇପଲ୍ଲୀ ଗାଁରୁ ଆସିଛି ଏପରି ଅଭିଯୋଗ । ଅଭିଯୋଗ ଅନୁଯାୟୀ କାଂଚନ ଜେନାଙ୍କ ଘର ଭିତରକୁ ମଧ୍ୟ ରାତିରେ ଜନୈକ ଯୁବକ ମନ୍ଦ ଉଦେ୍ଦଶ୍ୟ ନେଇ ପଶିଥିଲେ ।

ଅତ୍ୟଧିକ ମଦ୍ୟପାନ ଯୋଗୁଁ ଘର ଭିତରେ ଶୋଇଥିବା ନାତି ଉପରେ ଚଢି ଯାଇଥିଲେ । ପିଲାର କାନ୍ଦ ଶୁଣି ଘର ଲୋକେ ଉଠି ପଡିବାରୁ ଯୁବକ ଜଣକ ଉଲଂଘ୍ନ ହୋଇଥିବା ଦେଖି ଘର ଲୋକେ ଚିକôାର କରିଥିଲେ । ପରେ ଯୁବକ ଜଣକ ନିଜ ମୋବାଇଲ ଛାଡି ଦୌଡି ପଳାଇଥିଲେ । ଘର ଲୋକେ ଘଟଣାକୁ ନେଇ ଗତ ୯ ଦିନ ତଳେ କେନ୍ଦୁଆପଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ସହ ଯୁବକଙ୍କ ମୋବାଇଲକୁ ପୋଲିସକୁ ଜିମା ଦେଇଥିଲେ । କିନ୍ତୁ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ନ ଧରିବାରୁ ଭଦ୍ରକ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରବାର ଲୋକେ । ଖୁବଶୀଘ୍ର ସଂପୃକ୍ତ ଥିବା ଯୁବକକୁ ଗିରଫ କରିବା ପାଇଁ ପରିବାରର ସଦସ୍ୟ କାଂଚନ ଜେନା ଓ ତାଙ୍କ ପୁତ୍ର ପ୍ରହଲ୍ଲାଦ ଜେନା ଏସପିଙ୍କ ଠାରେ ନିବେଦନ କରିଛନ୍ତି ।

Leave A Reply