Odisha news

ଅଗ୍ନିକାଣ୍ଡରେ ଜଳିଗଲା ୪ପରିବାରର ୯ ବଖରା

0

ଭଦ୍ରକ, ତା୨୬ା୫ : ଅଗ୍ନିକାଣ୍ଡରେ ଜଳିଗଲା ୪ ଟି ପରିବାରର ୯ ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ସାହାଡ଼ା ପଂଚାୟତର ସମିଆଁ ସାହାଡ଼ା ଗ୍ରାମର ଖର୍ଦ୍ଧା ସାହିର ଉପେନ୍ଦ୍ର ବେହେରା, ସନାତନ ବେହେରା, ଅମୂଲ୍ୟ ବେହେରା ଓ ଅଭୟ ବେହେରାଙ୍କର ୯ ବଖରା ଘର ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ଗତକାଲି ବିଳମ୍ବିତ ରାତିରେ ବିଦୁ୍ୟତ୍ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ସମସ୍ତେ ଘରେ ଶୋଇଥିବା ବେଳେ ହଠାତ ନିଆଁ ଲାଗିଥିଲା । ଘରର ସମସ୍ତ ସଦସ୍ୟ ଦୌଡ଼ି ପଳାଇ ଆସିଥିଲେ ହେଁ ଘରେ ଥିବା ଜିନିଷ କାଢି ପାରି ନ ଥିଲେ । ୪ ଟି ପରିବାରର ୯ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଘଟଣା ସ୍ଥଳରେ ଭଦ୍ରକ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି ।

Leave A Reply