Odisha news

ଟ୍ରକ ପଛପଟୁ ପିଟିଲା ଯାତ୍ରୀବାହୀ ଅଟୋ, ଜଣେ ମୃତ , ୬ ଗୁରୁତର ଆହତ

0

ଭଦ୍ରକ, ତା୨୬ା୫ : : ଟ୍ରକ ପଛପଟୁ ପିଟିଲା ଯାତ୍ରୀବାହୀ ଅଟୋ । ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଗ୍ରାମାଂଚଳ ଥାନା ଅନ୍ତର୍ଗତ ରିଲାୟନ୍ସ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଦୁର୍ଘଟଣା । ଖବର ଅନୁଯାୟୀ, ଟ୍ରକଟି ରାସ୍ତା କଡରେ ଛିଡା ହୋଇଥିବା ବେଳେ ଯାଜପୁରରୁ ଏକ ଅଟୋ କିଛି ଯାତ୍ରୀଙ୍କୁ ନେଇ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଟ୍ରକ ପଛପଟୁ ବାଡ଼େଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଆହତ ଅବସ୍ଥାରେ ଅଟୋ ମଧ୍ୟରୁ ଲୋକମାନଙ୍କୁ ବାହାର କରିଥିଲେ । ପରେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମେଡିକାଲରେ ଏସ.କେ ପେଣ୍ଟକୁ ମୃତ ଘୋଷଣା କରାଯାଇଥିବା ବେଳେ ଅନ୍ୟ ୬ ଜଣଙ୍କର ଚିକିତ୍ସା ଜାରି ରହିଛି । ତେବେ ପ୍ରାଥମିକ ଚିକିତ୍ସା ପରେ ଆବଶ୍ୟକ ହେଲେ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Leave A Reply